spot_img

Latest Posts

ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶଂସା: ହଜାର ହଜାର ଅସହାୟ କର୍କଟ ରୋଗୀଙ୍କୁ କରିଛନ୍ତି ସେବା

କଟକ:  ଓଡ଼ିଆ ସମାଜସେବୀଙ୍କୁ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କିମ୍ୱଦନ୍ତି ବ୍ୟାଟ୍ସମ୍ୟାନ୍ ଭିଭିସ୍ ଲକ୍ଷ୍ଣଣଙ୍କ ପ୍ରଶଂସା । ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ତାଙ୍କର ନିସ୍ୱର୍ଥପର ସେବା ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଏହି ପୂର୍ବତନ କ୍ରିକେଟିୟର ଭି ଭି ଏସ ଲକ୍ଷ୍ମଣ । ଦଶନ୍ଧି ଦଶନ୍ଧି ଧରି ଅପରିଚିତ ମୃତଦେହକୁ ଆଣି ସତ୍କାର କରିବା ସହ ନିସହାୟ କ୍ୟାନସର ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି ଅଭିମନ୍ୟୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ୱିଟ୍ କରି ଅଭିମନ୍ୟୁ ଙ୍କୁ ପ୍ରଶଂସା କରିଥିଲେ।

ଲକ୍ଷ୍ମଣ ଟ୍ୱିଟ୍ କରି ଲେଖିଛନ୍ତି ଯେ, କଟକର ୫୦ ବର୍ଷୀୟ ବୁକ୍ ବାଇଣ୍ଡର ଅଭିମନ୍ୟୁ ଦାସ  ଅପରିଚତ ମୃତଦେହର ଅନ୍ତିମସଂସ୍କାର କରିଥାନ୍ତି । ସେ କର୍କଟ ରୋଗୀଙ୍କ ଯତ୍ନ ନେବା ନେଇ ମଧ୍ୟ ଜଣାଶୁଣା । ସେ ହଜାର ହଜାର ବାସହୀନ ଓ ଅସହାୟ କର୍କଟ ରୋଗୀଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ତାଙ୍କର ଏଭଳି ନିସ୍ୱର୍ଥପର ସେବାକୁ ସଲାମ୍ ଜଣାଇଛନ୍ତି ଭିଭିଏସ୍ ଲକ୍ଷ୍ମଣ ।

ତେବେ ଅଭିମନ୍ୟୁ ଏଯାବତ୍ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଗରିବ କର୍କଟ ରୋଗୀଙ୍କ ସହାୟତା କରିବା ସହିତ ୧୩୦୦ ଶବ ସଂସ୍କାର କରିଛନ୍ତି । ସେ କୁହନ୍ତି ମୁଁ ଡାକ୍ତରଖାନାକୁ ଯାଇ ବୁଲି ଦେଖେ । ଅନେକ କର୍କଟ ରୋଗୀଙ୍କର କେହି ଦେଖାଶୁଣା କରିବାକୁ ନଥାନ୍ତି । ସେଠି ମୁଁ ସେମାନଙ୍କୁ ସହାୟତା କରେ । ୫୦  ବର୍ଷୀୟ ଅଭିମନ୍ୟୁ ଅତୀତରେ ନିଜ ବାପା, ମା, ଦାଦା ଆଦିଙ୍କୁ କ୍ୟାନସରରେ ହରାଇ ସାରିଛନ୍ତି ।

Latest Posts

Don't Miss