ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଗତକାଲି ଠୁ ନିଖୋଜ ଥିଲେ

1 min read

ସମ୍ବଲପୁର: ବୁର୍ଲା ପିସି ବ୍ରିଜରୁ ଡେଇଁ ପୂର୍ବତନ ଭିସୁଟ୍ ଛାତ୍ରୀ ନିଖୋଜ ଘଟଣା । ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ରାତି ୯ଟାରୁ ନିଖୋଜ ଥିଲେ ଚିନ୍ମୟୀ । ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକ ପହଞ୍ଚିଛନ୍ତି ।

ସେ ଗତକାଲି ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ l ତେବେ ସାଙ୍ଗମାନଙ୍କ ସହିତ ବ୍ରିଜ ଅଂଚଳକୁ ବୁଲିବାକୁ ଆସିଥିଲେ l ସେହି ସମୟରେ କୌଣସି କାରଣରୁ ବ୍ରିଜ ତଳକୁ ଡେଇଁଛନ୍ତି ନା କେହି ଠେଲି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । ଛାତ୍ରୀ ଜଣକ ଭିସୁଟରେ ପଢ଼ିବା ବେଳେ ରୋହିଣୀ ହଷ୍ଟେଲରେ ରହୁଥିଲେ ।