ଆଜି ପୁଣି ଏମସିଡିରେ ନିର୍ବାଚନ, ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ହେବ ଭୋଟିଂ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ । ଏମସିଡିରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ପୂର୍ବରୁ ଆପକୁ ଝଟକା । ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କାଉନସିଲର ପଓ୍ବନ ସେହରାଓ୍ବତ । ନମ୍ବର ଗେମକୁ ନେଇ ଟକରା ଟକରି ଜାରି ରହିଥିବା ବେଳେ ଆମ ଆଦମୀ ପାର୍ଟିର ଜଣେ କାଉନସିଲର ବିଜେପିରେ ମିଶିବା ପରେ ଆପକୁ ଝଟକା ଲାଗିଛି । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆପ୍ । ଦିଲ୍ଲୀରେ ଜନମତକୁ ବିଜେପି ସ୍ବୀକାର କରିପାରୁନି । କଳ ବଳ କୌଶଳ କ୍ରମେ ବିଜେପି ଏମସିଡି ଅକ୍ତିଆର କରିବାକୁ ଚାହୁଁଛି ବୋଲି ଆପ୍ ନେତ୍ରୀ ଆତିଶି କହିଛନ୍ତି ।

ଆଜି ଏମସିଡରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଭୋଟ ଗ୍ରହଣ ବେଳେ ଆଜି ବି ବିଜେପି-ଆମ୍‌ ଆଦମୀ ସଦସ୍ୟଙ୍କ ମଧ୍ୟରେ ହଙ୍ଗାମା ହୋଇପାରେ ।ଏମସିଡି ଷ୍ଟାଣ୍ଡିଂ କମିଟି ସଦସ୍ୟ ସଂଖ୍ୟା ୬ ହୋଇଥିବା ବେଳେ ୭ଜଣ ଆଶାୟୀ ରହିଛନ୍ତି । ପ୍ରତ୍ୟେକଙ୍କୁ ୩୫ ଲେଖାଏଁ ଭୋଟ ମିଳିଲେ ସେ ସ୍ଥାୟୀ ସଦସ୍ୟ ନିର୍ବାଚିତ ହେବେ । ସେପଟେ ଗୃହରେ ଗୁଣ୍ଡାଗର୍ଦ୍ଦି କରୁଥିବା ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ନୂଆ ମେୟର ଶେଲି ଓବରଏ ।