ଗ୍ରେଟର ହାଇଦ୍ରାବାଦ ମତଦାନ ଶେଷ; ୧୫୦ ଡିଭିଜନରେ ମତଦାନ
ହାଇଦ୍ରାବାଦ: ଶେଷ ହୋଇଛି ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନ । ଏ ନେଇ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିଲା । ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହୋଇଛି । ଟିଆରଏସ, ବିଜେପି ଓ ଏଆଇଏମଆଇଏମ ମଧ୍ୟରେ କଡା ଟକ୍କର ହେଉଛି । ୪ଟି ଜିଲ୍ଲାରେ ୧୫୦ ଡିଭିଜନରେ ମତଦାନ କେନ୍ଦ୍ର ହୋଇଥିଲା । ନଗର ନିଗମ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
କାରଣ ଏହି ନିର୍ବାଚନ ଫଳାଫଳ ହିଁ ରାଜ୍ୟରେ ବିଜେପିର ଭବିଷ୍ୟତ ଧାର୍ଯ୍ୟ କରିବ । ଗତ ୨୦୧୬ ନିର୍ବାଚନରେ ଟିଆରଏସ ୯୯ , ଏଆଇଏମଆଇଏମ ୪୪ଟି ଆସନ ଜିତିଥିଲା । ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ମାତ୍ର ୪ଟି ଆସନ ଜିତିଥିଲା ବିଜେପି । ଏଥର ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରଚାର କରିଛି । ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଇଦ୍ରାବାଦରେ ପ୍ରଚାର କରିଥିଲେ ।