ଉତ୍ତେଜନା ପରେ ସ୍ବାଭାବିକ ଭୋଟ ଗ୍ରହଣ, ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ

1 min read

ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ ହୋଇଛି । କିଛି ସ୍ଥାନରେ ବିଜେପି କର୍ମୀ କରିଛନ୍ତି ଗଣ୍ଡଗୋଳ । ଉତ୍ତେଜନା ପରେ ସ୍ବାଭାବିକ୍ ଭାବେ ଚାଲିଛି ଭୋଟ ଗ୍ରହଣ । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ, ସମସ୍ତ ଦଳ ଲାଗି ଉପନିର୍ବାଚନ ପାଲଟିଛି ଅଗ୍ନି ପରୀକ୍ଷା ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କାଁପଡ଼ା ୭୮ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଧାମନଗର NACର ୫ ନମ୍ବର ଓ୍ବାର୍ଡ ଲାଗି ଧାମନଗର ଫିଡର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ବୁଥ ନମ୍ବର ୧୨୫ରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ମତଦାନ କରୁଛନ୍ତି ।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।