ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଜାରି

1 min read

 ବରଗଡ଼ର ବିଜେପୁର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ  ଆରମ୍ଭ ହୋଇଛି ଭୋଟିଂ ଅପରାହ୍ନ ୫ଟା ଯାଏ ଚାଲିବ ୨ ଲକ୍ଷ ୩୨ ହଜାର ୨୬୪ ଜଣ ଭୋଟର ଆଜି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବିଜେପୁର ନିର୍ବାଚନମଣ୍ଡଳୀରେ ମତଦାନ ପାଇଁ ୨୮୫ଟି ବୁଥରେ ଭୋଟ୍‌ ଗ୍ରହଣ ହେଉଛି ୧୨୯ଟି ବୁଥ୍‌ ଉତ୍ତେଜନାପ୍ରବଣ ହୋଇଥିବା ବେଳେ ୬ଟି ବୁଥ ଅତି ସମ୍ବେଦନଶୀଳ ଏବଂ ନକ୍ସଲ ପ୍ରବଣ ରହିଛି

ଉପ ନିର୍ବାଚନରେ ୩ଟି ବ୍ଲକରେ ୬ଟି ମଡେଲ ବୁଥ୍‌ କରାଯାଇଛି ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିବା ବେଳେ ୭୭ଟି ବୁଥରେ ମାଇକ୍ରୋ ଅବଜରଭର ରହିଛନ୍ତି ଭୋଟଗ୍ରହଣର ସୁପରିଚାଳନା ପାଇଁ ୩୨ ଜଣ ସେକସନ ଅଫିସର ଏବଂ ୧୦ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି

 

 ନିର୍ବାଚନ ପରିଚାଳନା ପାଇଁ ମୋଟ ୨ ହଜାର ୩୨୧ଟି ଗାଡ଼ିକୁ ନିୟୋଜିତ କରାଯାଇଛି ଶାନ୍ତି, ଶୃଙ୍ଖଳାର ସହ ଭୋଟିଂ ଜାରି ରହିଛିବିଜେପୁର ଉପନିର୍ବାଚନ ପାଇଁ ୩ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି ବିଜେଡିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡା ଓ ବିଜେପିର ସନତ ଗଡତିଆ ଏଥର ନିର୍ବାଚନ ଲଢୁଛନ୍ତି ')}

Leave a Reply