ବାଲାଟ ବାକ୍ସରେ ପାଣି ପୁରାଇଦେଲେ, ଭୁଜାଲି ଧରି ବୁଥକୁ ଗଲେ

କଟକ: ଶୃଙ୍ଖଳିତ ମତ ଦାନ ପାଇଁ ପ୍ରଶାସନ କରିଥିଲା ସମସ୍ତ ପ୍ରସ୍ତୁତି । ବୁଥରେ ମଧ୍ୟ ଜାରି ରହିଥିଲା ମତଦାନ  । ମତଦାନ ଭିତରେ ବିଭ୍ରାଟ ସୃଷ୍ଟି କରିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି  ।  କଟକ ଜିଲ୍ଲା ନିଆଳି ବ୍ଲକରେ ମତଦାନ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ମତଦାନ ପକ୍ରିୟା ଚାଲିଥିବାବେଳେ ଅଳଣା ପଞ୍ଚାୟତର ୧୨ ନମ୍ବର ବୁଥରେ ବିଭ୍ରାଟ ସୃଷ୍ଟି ହୋଇଛି  । କିଛି ବ୍ୟକ୍ତି ବାଲାଟ ବାକ୍ସ ଭିତରେ ପାଣିପୁରାଇ ଦେଇଥିବାରୁ ଭୋଟଦାନ ପକ୍ରିୟାକୁ ବନ୍ଦ କରାଯାଇଛି  । ସେପଟେ ଦୁଇ ଗୋଷ୍ଠୀ ଭିତରେ ମାରପିଟ୍ ମଧ୍ୟ ହୋଇଛି  । ଫଳରେ ପୋଲିସ ଘଟଣାସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି  ।

ନିର୍ବାଚନରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କ ଗିରଫ କରିଛି ନିଆଳି ପୋଲିସ  । ସେପଟେ ଜଲାରପୁର ପଞ୍ଚାୟତର ୧୮ ନମ୍ବର ବୁଥରେ ମଧ୍ୟ ନିର୍ବାଚନ ବାଧାପ୍ରାପ୍ତ ହୋଇଛି  ।  ଜଣେ ଯୁବକ ଭୁଜାଲି ବୁଥ ମଧ୍ୟକୁ ପ୍ରବେଶ କରିଥିଲେ  । ପୋଲିସ ପହଁଚି ଉକ୍ତ ଅସମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି  ।   ପୋଖରୀ ଗାଁ ପଞ୍ଚାୟତର ୨, ୧୧, ୧୬, ୧୭, ୧୮ ନମ୍ବର ବୁଥରେ ଭୋଟ ବର୍ଜନ ହୋଇଥିବା ବେଳେ ୧୨, ୧୩, ୧୪, ୧୫ ନମ୍ବର ବୁଥରେ ଥିବା ବାଲଟ ବକ୍ସରେ ପାଣି ପଶିଥିବା ଜଣାପଡିଛି ।

ସେହିପରି ବ୍ଲକର କପାସି ପଞ୍ଚାୟତର ଅରକଟା ଗାଁରେ ଥିବା ୧ ନମ୍ବର ବୁଥରେ ଲୋକେ ଭୋଟ ବର୍ଜନ କରିଛନ୍ତି । ନିଆଳି ବ୍ଲକର ଅନେକ ସ୍ଥାନରେ ନିର୍ବାଚନରେ ବିଭ୍ରାଟ ସୃଷ୍ଟି ହୋଇଛି  । ଯେଉଁ ସମସ୍ତ ସ୍ଥାନରେ ନିର୍ବାଚନ ହୋଇପାରିନି,  ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସାନି ମତଦାନ ହୋଇପାରେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

Leave a Reply