୨୪ରେ ଭୋଟ, ୨୬ରେ ଗଣତି: ମୁତୟନ ହେବେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ

1 min read

ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ । କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।

୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏଥିରେ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ରାଜ୍ୟରେ ସମୂଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ୫୮ଟି ୱାର୍ଡରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା କାଲି ୫ଟା ସୁଦ୍ଧା ପ୍ରଚାର ବନ୍ଦ ହେବ । ୨୬ ତାରିଖରେ କଡା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।