ଆଜି ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ: ଦେଶର ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନରେ ଆଜି ହେବ ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ଦଳର ମୋଟ ୪୧ ଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବାକି ୪ ରାଜ୍ୟରେ ୧୬ ଆସନରେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ । ଆଜି ନିର୍ବାଚନ ପରେ ଆଜି ହିଁ ଫଳାଫଳ ଘୋଷଣା ହେବ । ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ମଧ୍ୟରୁ ଉତ୍ତର ପ୍ରଦେଶରେ ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୪, ବିହାରର ୫, ଆନ୍ଧ୍ରପ୍ରଦେଶର ୪, କର୍ଣ୍ଣାଟକ ୪,  ରାଜସ୍ଥାନର ୪, ଓଡ଼ିଶାର ୩, ମଧ୍ୟପ୍ରଦେଶର ୩, ଝାଡଖଣ୍ଡର ୨ , ଛତିଶଗଡ଼ର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨ ଆସନ, ଉତ୍ତରାଖଣ୍ଡର ଗୋଟିଏ ଅନ୍ତର୍ଭୁକ୍ତ ରହିଛି । ତେବେ ଉତ୍ତର ପ୍ରଦେଶର ୧୧ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ୮ ଆସନରେ ବିଜେପି ଏବଂ ୩ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।