ୟୁପିରେ ଆଜି ଭୋଟ, ୧୧ ଜିଲ୍ଲାର ୫୮ ଆସନରେ ଚାଲିଛି ମତଦାନ

ଲକ୍ଷ୍ନୌ: ଆଜି ଉତ୍ତପପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ପଶ୍ଚିମ ୟୁପିର ୧୧ଜିଲ୍ଲାର ୫୮ ଆସନ ପାଇଁ ହେଉଛି ମତଦାନ । ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫୦ହଜାର ପାରାମିଲିଟାରୀ ଫୋର୍ସ, ୪୧୨ କେନ୍ଦ୍ରୀୟ ସୁରକ୍ଷା ବଳରେ ଛାଉଣୀ ହୋଇଛି ଗଳିକନ୍ଦି ।

ଆଗ୍ରା, ଆଲିଗଡ଼, ବୁଲନ୍ଦ ସହର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମିରଟ, ମୁଜାଫର ନଗର, ମଥୁରା, ହାପୁଡ଼ା, ବାଗପନ ଓ ସାମିଲ ଜିଲ୍ଲାରେ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୫୮ ସିଟରେ ନିର୍ବାଚନ ଚାଲିଥିବା ବେଳେ ମଇଦାନରେ ଅଛନ୍ତି ବିଭନ୍ନ ଦଳର ୬୧୫ ଜଣ ପ୍ରାର୍ଥୀ । ୟୁପିର ୪୦୩ ଆସନରେ ପର୍ଯ୍ୟାୟକ୍ରମେ ମତଦାନ ଆରମ୍ଭ ହେବାକୁ ଯାଉଛି  ।

ଉତ୍ତରପ୍ରଦେଶରେ ପୁନର୍ବାର ଯୋଗୀ ଆଦିତ୍ୟନାଥ ସରକାର ଗଢିବା ନେଇ ଭାଜପା ଫୁଲ ଦମରେ ପ୍ରୟାସ କରିଛି  ।  ଘର ଘର ବୁଲି ଭୋଟ ମାଗୁଛନ୍ତି ଦଳର ହେଭିୱେଟ  । ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଘର ଘର ବୁଲି ଭୋଟ ମାଗୁଛନ୍ତି  । ଦଳ ୩୦୦ ପ୍ଲସ ନାରା ଦେଇ ପୁଣି ଥରେ ସତ୍ତାକୁ ଫେରିବାର ଜୋରଦାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି  । ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏଥର ୟୁପି ସତ୍ତାକୁ ସମ୍ଭାଳିବା ନେଇ ଫୁଲ ଦମରେ ଲାଗି ପଡିଛି  ।

Leave a Reply