spot_img

Latest Posts

ଭଲିବଲ ଖେଳୁଥିବା ସମୟରେ ଖେଳାଳିଙ୍କ ହଠାତ ଚାଲିଗଲା ଜୀବନ

ତାଳଚେର: ଖେଳୁଥିବା ସମୟରେ ଚାଲିଗଲା ଜୀବନ। ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ତାଳଚେର TTPS ଠାରେ। ଭଲିବଲ ଖେଳୁଥିବା ସମୟରେ ଏମିତି ଘଟିଛି। ସୂଚନା ଅନୁଯାୟୀ, ଗତକାଲି TTPS ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଏଥିରେ ରାତି ପ୍ରାୟ ୧୦ ଟା ପରେ ଗୋବରା ଓ ବଜ୍ରକୋଟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ ଚାଲିଥିବା ବେଳେ ଘଟିଥିଲା ଅଘଟଣ। ବଜ୍ରକୋଟ ଟିମର ହିମାଞ୍ଚଳ ଦେହୁରୀ ନାମକ ଜଣେ ଯୁବକ ପଡ଼ିଆ ଭିତରେ ମ୍ୟାଚ ଚାଲିଥିବା ସମୟରେ ହଠାତ ଟଳି ପଡ଼ିଥିଲେ।

ହୃଦଘାତ ହୋଇଥିବା ଆଶଙ୍କା କରି ତାଙ୍କୁ ତୁରନ୍ତ TTPS ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଅ ଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Latest Posts

Don't Miss