କଙ୍ଗୋରେ ଆଗ୍ନେୟଗିରି ଉଦଗିରଣ, ଲୋକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ଯବାନ
1 min readକିଶାସା : କଙ୍ଗୋର ଗୋମା ସହର ନିକଟ ମାଉଣ୍ଟ ନ୍ୟାରାଗୋଙ୍ଗୋରେ ଆଗ୍ନେୟଗିରି ଉଦଗିରଣ ହୋଇଛି । ଫଳରେ ଆକାଶ ଲାଲ୍ ରଙ୍ଗର ହୋଇଯିବା ସହ ଆଗ୍ନେୟଗିରି ଉଦଗିରଣ ପରେ ଲାଭା ସଡ଼କକୁ ବୋହି ଆସିଥିଲା । ସ୍ଥାନୀୟ ଲୋକ ଭୟଭୀତ ହେବା ସହ ଘର ଛାଡ଼ି ପଳାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୋମାକୁ ଅନ୍ୟ ପ୍ରଦେଶ ସହ ଯୋଡ଼ୁଥିବା ରାସ୍ତାରେ ଲାଭା ପଡ଼ିଛି । ତେବେ ଏଯାଏଁ ଜଣାପଡ଼ିନି ଆଗ୍ନେୟଗିରି ଉଦଗିରଣ ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି ।
Indian Army contingent as part of United Nations Mission in Congo facilitated the smooth evacuation and protection of civilians and other UN personnel in volcano affected Goma Town. Mount Nyaragongo, an active volcano erupted around 1830 hours on 22 May. pic.twitter.com/svSIx9LUtt
— ANI (@ANI) May 23, 2021
ଏହି ଆଗ୍ନେୟଗିରି ଶେଷଥର ପାଇଁ ୨୦୦୨ ମସିହାରେ ଉଦଗିରଣ ହୋଇଥିଲା । ସେତେବେଲେ ସଂଖ୍ୟାଧିକ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ ଲାଭା ସମସ୍ତ ବିମାନବନ୍ଦରର ରନୱେକୁ ପଳାଇ ଆସିଥିଲା । ଜାତିସଂଘର ଶାନ୍ତିରକ୍ଷା ମିଶନ ପକ୍ଷରୁ ଆଗ୍ନେୟଗିରି ଉଦଗିରଣ ପରେ ସହରର ଫଟୋ ଟ୍ୱିଟ୍ କରାଯାଇଛି । ବିମାନ ଜରିଆରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉପରେ ନଜର ରଖାଯାଇଥିବା ଟ୍ୱିଟରେ କୁହାଯାଇଛି । କଙ୍ଗୋରେ ଜାତିସଂଘ ମିଶନରେ ସାମିଲ୍ ଥିବା ଭାରତୀୟ ସେନାର ଯବାନ ଲାଭା ପ୍ରଭାବିତ ଗୋମା ସହରରେ ନାଗରିକ ଓ ଜାତିସଂଘର ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ସକ୍ରିୟ ଆଗ୍ନେୟଗିରି ମେ ୨୨ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦଗିରଣ ହୋଇଥିଲା ।