ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ବିଳମ୍ବିତ ରାତିରେ ଦୁଇଟି ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ । ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ । ଗୋଦାବରୀଶ ହଷ୍ଟେଲ ନିକଟରେ ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗୋଦାବରୀଶ ହଷ୍ଟେଲ ନିକଟରେ ଥିବା ଗାଡି କେହି ପୋଡ଼ି ଦେଇଛନ୍ତି । ଗୋଟିଏ ଗୋଷ୍ଠୀର ପିଲା ଅନ୍ୟ ଗୋଷ୍ଠୀର ଗାଡି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏବେ ବି କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।