‘ସ୍ପୋର୍ଟସ ମ୍ୟାନ୍ ଅଫ୍ ଦି ଇୟର’ ହେଲେ ଦୂତି ଚାନ୍ଦ୍

1 min read

‘ଦୌଡରାଣୀ ଦୂତି ଚାନ୍ଦଙ୍କୁ  ମିଳିଛି ଆଉ ଏକ ସମ୍ମାନ । ୧୦୦ମିଟର ଦୌଡରେ ଗୋଲ୍ଡ ମେଡାଲ ଜିତି ଦେଶକୁ ଗୌରବାନ୍ୱିତ କରୁଥିବା ବେଳେ ତାଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ତାଙ୍କୁ ବହୁ ଜାଗାରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା  । ପରେ କମେଡ଼ି କିଙ୍ଗ୍ କପିଲ ଶର୍ମାଙ୍କ ସୋ’କୁ ନେଇ ଚର୍ଚ୍ଚାରେ ରହିଥିଲେ ଦୂତି । Vogue ପକ୍ଷରୁ ଚଳିତବର୍ଷ ଦୂତିଙ୍କୁ ‘ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି । ଶନିବାର ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ତାଙ୍କୁ ଏ ସମ୍ମାନ ମିଳିଛି  । ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି । ')}

Leave a Reply