ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା: ନୂଆ ବର୍ଷରେ ୨୦% ଯାଏଁ tariff ବୃଦ୍ଧି କରିପାରନ୍ତି ଟେଲିକମ୍ କମ୍ପାନୀ

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଟେଲିକମ୍ କମ୍ପାନୀଗୁଡ଼ିକ ତରଫରୁ ଗ୍ରାହକଙ୍କୁ ବଡ଼ ଝଟକା ଲାଗିପାରେ । ମିଳିଥିବା ରିପୋର୍ଟ ମୁତାବକ ଭୋଡାଫୋନ୍- ଆଇଡିଆ ଏବଂ ଏୟାରଟେଲ୍ ନିଜ ନିଜର ଟାରିଫ୍ (tariff)ରେ ୧୦-୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ସୂଚନା ମୁତାବକ ଏହି କମ୍ପାନୀଗୁଡ଼ିକ ବର୍ତ୍ତମାନ କ୍ଷତିରେ ଚାଲିଛନ୍ତି । ଏଣୁ ଟାରିଫ୍ ବୃଦ୍ଧି ନେଇ ଚିନ୍ତା କରୁଛନ୍ତି ଏହି ଟେଲିକମ୍ କମ୍ପାନୀ । ଡିସେମ୍ୱର ଶେଷ କିମ୍ୱା ୨୦୨୧ ଆରମ୍ଭରେ ନିଜ ଟାରିଫରେ ପରିବର୍ତ୍ତନ କରିପାରନ୍ତି ଏହି ଟେଲିକମ୍ କମ୍ପାନୀ । ତେବେ କମ୍ପାନୀଗୁଡ଼ିକ ଟେଲିକମ୍ ନିୟନ୍ତ୍ରକଙ୍କ ପକ୍ଷରୁ ନିମ୍ନତମ ଟାରିଫ୍ ରେଟ(ଫ୍ଳୋର୍‌ ପ୍ରାଇସ୍)ର ଘୋଷଣାକୁ ଅପେକ୍ଷା କରିଛନ୍ତି । ତେବେ କମ୍ପାନୀମାନେ ତ ୨୫% ଟାରିଫ୍ ବୃଦ୍ଧି କରିବାକୁ ଚାହୁଁଛନ୍ତି । କିନ୍ତୁ ଏକାଥରକେ ଏତେ ବଡ଼ ପରିମାଣରେ ଦର ବୃଦ୍ଧି ସମ୍ଭବ ନୁହେଁ । ଗତ ବର୍ଷ (୨୦୧୯)ରେ ମଧ୍ୟ ଭୋଡାଫୋନ୍-ଏୟାରଟେଲ୍ ନିଜ ଟାରିଫ୍ ଦର ବୃଦ୍ଧି କରିଥିଲେ ।

ଭୋଡାଫୋନ୍-ଆଇଡିଆର ମ୍ୟାନେଜିଂ ଡାଇରେକ୍ଟର ରବିନ୍ଦର ଟକ୍କର ମଧ୍ୟ କହିଛନ୍ତି  ଯେ, ବର୍ତ୍ତମାନ ଯେଉଁ ଦାମ୍ ରହିଛି ସେଥିରେ ପରିବର୍ତ୍ତନ କରାଯିବ । ଏବଂ ଦର ବୃଦ୍ଧି କରାଯିବ । ଏଥିସହିତ ସେ ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ, ସେମାନଙ୍କ ପ୍ରତିଦ୍ୱନ୍ଦ୍ୱିମାନେ ମଧ୍ୟ ଦର ବୃଦ୍ଧି କରିବେ । ଦ୍ୱିତୀୟ ତୈମାସିକ ରିପୋର୍ଟ ପରେ ଇଣ୍ଟରନେଟ୍ ସେବା ବାବଦକୁ ଯେଉଁ ଫ୍ଳୋର ପ୍ରାଇସର ନିର୍ଣ୍ଣୟ ହେବ ତାହାକୁ ଅପେକ୍ଷା କରିହେବନାହିଁ । ଏବଂ ଦାମରେ ବୃଦ୍ଧି କରିବାକୁ ହେବ  । ବର୍ତ୍ତମାନ ଭୋଡାଫୋନ୍ ୟୁଜର ପ୍ରତି ଉପଭୋକ୍ତାଙ୍କ ଠାରୁ ୧୧୯ ଟଙ୍କା ଏବଂ ଏୟାରଟେଲ୍ ୟୁଜର ୧୬୨ ଟଙ୍କା  ଆୟ କରୁଛନ୍ତି ।

Leave a Reply