ମୋବାଇଲ କଲ, ଇଣ୍ଟରନେଟ ଚାର୍ଜ ବୃଦ୍ଧି ନେଇ ଏୟାରଟେଲ, ଭୋଡାଫୋନ୍ ଆଇଡିଆର ଘୋଷଣା

ମୁମ୍ବାଇ: ମହଙ୍ଗା ହେବ ମୋବାଇଲରେ ଗପିବା, ବଢ଼ିବ ଇଣ୍ଟରନେଟ୍ ବ୍ରାଉଜିଂ ଚାର୍ଜ । ଆସନ୍ତା ୩ ତାରିଖରୁ ଭୋଡାଫୋନ ଆଇଡିଆ ସହ ଏୟାରଟେଲ ଟାରିଫ୍ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଡିସେମ୍ବର ୩ ତାରିଖ ମଧ୍ୟରାତ୍ରିରୁ ନୂଆ ଦର ଲାଗୁ ହେବ । ଏଥିସହ ଉଭୟ କମ୍ପାନୀ ସ୍ୱଳ୍ପ ଓ ଦୀର୍ଘ ଅବଧିର ନୂଆ ପ୍ଲାନ୍ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଜିଓ ମଧ୍ୟ ଟାରିଫ ପ୍ଲାନ୍ ବୃଦ୍ଧି କରିସାରିଛି । ଭୋଡାଫୋନ୍ ଆଇଡିଆ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ଆଣିଛି । ଏହି ନୂଆ ପ୍ଲାନ୍ ପୁରୁଣା ପ୍ୟାକ୍ ଅପେକ୍ଷା ପ୍ରାୟ ୪୩ ପ୍ରତିଶତ ମହଙ୍ଗା ହେବ । ଏଥିସହ କମ୍ପାନୀ ୪୯ ଟଙ୍କାରେ ୩୮ ଟଙ୍କାର ଟକଟାଇମ୍ ସହ ୧୦୦ ଏମବି ଡାଟା ଦେବ । ୨୮ ଦିନିଆ ଭ୍ୟାଲିଡିଟି ଏହି ପ୍ୟାକରେ ପ୍ରତି ସେକେଣ୍ଡ କଲ୍ ପ୍ରତି ୨.୫ ଦେବାକୁ ପଡ଼ିବ । ସେହିଭଳି ୨୮ ଦିନ ପାଇଁ ୧୪୯ ଟଙ୍କାରେ କମ୍ପାନୀ ନେଟୱର୍କରେ ଅନଲିମିଟେଡ୍ କଲ୍ ଦେବ । ଅନ୍ୟ ନେଟୱର୍କକୁ ୧ ହଜାର ମିନିଟ୍ ଏଫୟୁପି ମିଳିବ ।

ସେହିଭଳି ଭାରତୀ ଏୟାରଟେଲ୍ ମଧ୍ୟ ତାର ଡାଟା ଓ କଲ ରେଟରେ ବୃଦ୍ଧି ନେଇ ଘୋଷଣା କରିଛି । ଭୋଡାଫୋନ୍ ଆଇଡିଆ ଭଳି ଏୟାରଟେଲ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ରଖିଛି । ଜିଓ ଗତ ଅକ୍ଟୋବର ୧୦ରେ ଟାରିଫ୍ ପ୍ଲାନ କରିଥିଲା ।ଏକମାତ୍ର କମ୍ପାନୀ ଭାବେ ବର୍ତ୍ତମାନ ବିଏସଏନଏଲ ଟାରିଫ ବୃଦ୍ଧି କରିନାହିଁ । ଯଦି ଆପଣ ୩ ତାରିଖ ପୂର୍ବରୁ ରିଚାର୍ଜ କରି ନେଉଛନ୍ତି ତେବେ, ପୂର୍ବ ପ୍ୟାକର ସୁବିଧା ପାଇପାରିବେ । 

Leave a Reply