spot_img

Latest Posts

ସ୍କୁଲରେ ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା

ଭୁବନେଶ୍ବର: ଏଣିକି ସ୍କୁଲରେ ବ୍ୟାପକ ଭାବେ ଦିଆଯିବ ଧନ୍ଦାମୂଳକ ଶିକ୍ଷା । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଅଳ୍ପ କିଛି ସ୍କୁଲରେ ଏହି ଶିକ୍ଷା ଦଆଯାଉଥିଲା । ଏହାର ସଫଳତା ପାଇଁ ୨୩୦ଟି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ ପାଠ ସରୁ ସରୁ ରୋଜଗାରକ୍ଷମ ଶିକ୍ଷା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବାକୁ ଧନ୍ଦାମୂଳକ ଶିକ୍ଷାକୁ ଦିଆଯାଉଛି ପ୍ରାଧାନ୍ୟ ।

ସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ବଢୁଛି ଗୁରୁତ୍ବ । ୨୩୦ ସ୍କୁଲର ୧୭ଟି ବିଭାଗରେ ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପଢାଯିବ । ଏହାର ପରିଚାଳନା ଦାୟିତ୍ବ ନେଇଛି ଓସେପା । ସେ ସ୍କୁଲଗୁଡ଼ିକୁ ଚୟନ କରି ଆଉଟସୋର୍ସିଂ ସଂସ୍ଥା ଦ୍ବାରା ପିଲାମାନଙ୍କୁ ପ୍ରଶିକ୍ଷିତ କରାଇବେ । ଆଇଟି ଆଣ୍ଡ ଆଇଟିଇଏସ୍, ପାଓ୍ବାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ହାର୍ଡଓ୍ବେର, ଟୁରିଜିମ ଆଣ୍ଡ ହସ୍ପିଟାଲିଟି, କୃଷି, ପ୍ଲମବିଂ, ରିଟେଲ, ଅଟୋମୋଟିଭ୍, ଆପାରେଲସ୍, ହୋମ୍ ଫର୍ଣ୍ଣିସିଂ ପରି କ୍ଷେତ୍ରରେ ପିଲାମାନେ ପାଠ ପଢିବେ । ସେମାନେ ଡୋମେଷ୍ଟିକ୍ ଡାଟା ଏଣ୍ଟ୍ରି ଅପରେଟର, କନଜ୍ୟୁମର ଏନର୍ଜି ମିଟର ଟେକନିସିଆନ୍, ଫିଲଡ ଟେକନିସିଆନ୍, ହୋମ ଆପଲାଏନସେସ୍, ଫିଲଡ୍ ଟେକନିସିଆନ୍ ଓ୍ବାରମ୍ୟାନ କଣ୍ଟ୍ରୋଲ, ଫୁଡ ବେଭରେଜ ସର୍ଭିସ୍ ଟ୍ରେନିଂ, ମାଇକ୍ରୋ ଇରିଗେସନ୍ ଟେକନିସିଆନ୍, ପ୍ଲମବର, ରିଟେଲ ଷ୍ଟୋର ଅପରେସନ୍ ଆସିସଟାଣ୍ଟ, ଶିଲେଇ ମେସିନ୍ ଅପରେଟର୍ ଓ ଚାରି ଚିକିଆ ସର୍ଭିସ୍ ଆସିସଟାଣ୍ଟ ପରି କର୍ମକ୍ଷେତ୍ରରେ କାମ କରି ପାରିବେ ।

ଧନ୍ଦାମୂଳକ ଶିକ୍ଷା ପାଇଁ ଅନୁଗୁଳ ଜିଲ୍ଲାର ୬ଟି, ବାଲେଶ୍ବରର ୮ଟି, ବରଗଡ଼ର ୮ଟି, ଭଦ୍ରକର ୬ଟି, ବଲାଙ୍ଗୀରର ୭ଟି, ବୌଦ୍ଧର ୩ଟି, କଟକର ୪ଟି, ଢେଙ୍କାନାଳର ୧୦ଟି, ଗଞ୍ଜାମର ୧୯ଟି, ମୟୂରଭଞ୍ଜର ୧୯ଟି, ସମ୍ବଲପୁରର ୪୯ଟି ଓ ସବୁର୍ଣ୍ଣପୁରର ୧୦ଟି ସ୍କୁଲ ଚୟନ କରାଯାଇଛି । ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଆଦି ଜିଲ୍ଲାରେ ଦାଦନ ସମସ୍ୟା ଉପରେ ରୋକ ଆଣିବାକୁ ଏହି ନିଆରା ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ତୃତୀୟ ଭାଷା ସହ ପଢାଇବାକୁ ମତ ପ୍ରକାଶ ପାଇଛି ।

ଯୋଗ ଉପଯୋଗ ଶିକ୍ଷାଦାନକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିରେ ୫ଟି ରୂପାନ୍ତର ଶିକ୍ଷାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଏହାକୁ ଆହୁରି କ୍ରୀୟାଶୀଳ କରି ସ୍ବୟଂ ସମ୍ପୂର୍ଣ୍ଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Latest Posts

Don't Miss