ପ୍ୟାରିସ ମ୍ୟୁଜିୟମରୁ ହଟିଲା ପୁଟିନଙ୍କ ପ୍ରତିମା

ପ୍ୟାରିସ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରି ରାଷ୍ଟ୍ରପତି ବ୍ଲାଦମିର ପୁତିନ ଦୁନିଆ ଆଖିରେ ଭିଲିଆନ ହୋଇଯାଇଛନ୍ତି । ତେଣୁ ପଶ୍ଚିମ ଦେଶ ଗୁଡ଼ିକ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଆମେରିକା, ୟୁରୋପରେ ପୁତିନଙ୍କ ବିରୋଧରେ ପ୍ରତିବାଦ ଚାଲିଛି । କିଛି ପୋଷ୍ଟରରେ ପୁତିନଙ୍କୁ ୨୧ତମ ହିଟଲର ବୋଲି ମଧ୍ୟ କୁହାଯାଉଛି । ଏବେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଗୋବିନ ମ୍ୟୁଜିୟମ ମଧ୍ୟ ପୁତିନଙ୍କ ତୁଳନା ହିଟଲର ସହ କରିଛି ।

ଏଠାରେ ପୁତିନଙ୍କ ପ୍ରତିମାକୁ ହଟାଇ ଦିଆଯାଇଛି । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ମ୍ୟୁଜିୟମର ନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ପୁତିନ ଭଳି ହିଟଲରଙ୍କ ମୂର୍ତ୍ତି ଗୋବିନ ମ୍ୟୁଜିୟମରେ ରଖିବାକୁ ଚାହୁଁନାହୁଁ ।

ପୁତିନଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ପିଲାମାନେ ମଧ୍ୟ ଗିରଫ 

ପୁତିନଙ୍କୁ ଋଷରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଯୁଦ୍ଧ ବିରୋଧରେ ପ୍ରଦର୍ଶନ କରୁଥିଲା ସ୍କୁଲ ପଢା ପିଲାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଋଷର ୫୦ ସହରରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ ଆରୋପରେ ୭ହଜାର ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଅନେକ ସ୍କୁଲ ପଢା ପିଲାମାନେ ମଧ୍ୟ ଅଛନ୍ତି । ଏହି ପିଲାମନଙ୍କ ଦୋଷ  ହେଉଛି ସେମାନ ଯୁଦ୍ଧ ବିରୋଧରେ ପୋଷ୍ଟର ଓ ବ୍ୟାନର ଦେଖାଇଥିଲେ । ତେଣୁ ସେମାନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି ।

Leave a Reply