ୟୁକ୍ରେନକୁ ପୁଟିନଙ୍କ ଚେତାବନୀ, ନସୁଧୁରିଲେ ଅନ୍ଧାର ହେବ ଦେଶର ଭବିଷ୍ୟତ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଖାରକିଭକୁ କବଜା କରିଛି ଋଷ ସେନା । ଏହାରି ଭିତରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି  । ୟୁକ୍ରେନ୍‌ ନସୁଧୁରିଲେ ଦେଶର ଭବିଷ୍ୟତକୁ ଅନ୍ଧାର କରି ଦିଆଯିବ ବୋଲି ସେ କହିଛନ୍ତି । ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପୁଟିନକୁ ମୋସ୍କୋରେ ଭେଟିଛନ୍ତି । ଦୁଇ ଦେଶ ମଧ୍ୟରେ କିଛି ଭିତିରି ବୁଝାମଣା ହୋଇଥିବା କୁହାଯାଉଛି । ଅନ୍ୟପଟେ ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି । ଖାରକିଭରୁ ସମସ୍ତ ଭାରତୀୟଙ୍କୁ ବାହାର କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ୟୁକ୍ରେନରେ ଯୁଦ୍ଧ ଭିତରେ ବଡ ସଂଖ୍ୟାରେ ଭାରତୀୟ ୟୁକ୍ରେନ ଛାଡି ସାରିଛନ୍ତି । ଯେଉଁ ଲୋକେ ଏବେ ବି ୟୁକ୍ରେନରେ ଫସି ରହିଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି ।

ୟୁକ୍ରେନର ସୁମି ଏବଂ କିଛି ଅନ୍ୟ ଅଞ୍ଚଳକୁ ଛାଡି ଦେଲେ ଅଧିକାଂଶ ଭାରତୀୟ ସ୍ଵଦେଶ ଫେରି ସାରିଛନ୍ତି । ଯେଉଁମାନେ ଫସି ରହିଛନ୍ତି, ସେମାନେ ସେଲଟର ଭିତରେ ରହିବାକୁ ଅପିଲ୍ କରାଯାଇଛି ଏବଂ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛନ୍ତି । ଅପରସେନ ଗଙ୍ଗାରେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୧୧ଟି ସ୍ୱତନ୍ତ୍ର ବିମାନରେ ଆଜି ଭାରତରେ ପହଞ୍ଚିବେ ।

 

Leave a Reply