ପୁଟିନଙ୍କ ନୂଆ ଆଇନ୍, ପୂର୍ବତନ ରାଷ୍ଟ୍ରପତିଙ୍କୁ ସବୁ ଅପରାଧିକ ମାମଲାରୁ ମିଳିବ ରକ୍ଷା

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ପୂର୍ବତନ ରାଷ୍ଟ୍ରପତିମାନେ ପଦ ଛାଡ଼ିବା ପରେ ତାଙ୍କୁ ଲାଇପଟାଇମ ଇମ୍ୟୁନିଟି ମିଳିବ । ଅର୍ଥାତ ଏହି ନୂଆ ଆଇନ୍ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପରିବାରର ଲୋକଙ୍କୁ ଅପରାଧିକ ମାମଲାରୁ ରକ୍ଷା କରିବ। ଏହି ଆଇନ ବଳରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଗତକାଲି ଏହି ବିଲ୍ ପାରିତ ହୋଇଛି। ଚଳିତବର୍ଷ ଋଷରେ ଏକ ଜନମତ ସଂଗ୍ରହ ହୋଇଥିଲା, ଯାହାକୁ ପରେ ସମ୍ବିଧାନରେ ସଂଶୋଧନ କରାଯାଇଥିଲା।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଦିନ ଏହି ବିଲ୍ ସ୍ୱାକ୍ଷର କରିଛନ୍ତି । ଏହି ଆଇନ ପୂର୍ବତନ ରାଷ୍ଟ୍ରପତିଙ୍କୁ ସିନେଟ କିମ୍ବା ଫେଡେରେଶନ କାଉନସିଲରେ ଆଜୀବନ ସଦସ୍ୟତା ଦେବ। ଋଷିଆର କୌଣସି ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ସିନେଟର ରହିବେ ଏବଂ ତାଙ୍କ ଉପରେ କୌଣସି ଅପରାଧିକ ମାମଲାର ବିଚାର କରାଯାଇ ପାରିବ ନାହିଁ।

Leave a Reply