ଆସନ୍ତା ବର୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ପୁତିନ

ମସ୍କୋ: ଆସନ୍ତା ବର୍ଷ ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ପଦରୁ ଇସ୍ତଫା ଦେଇପାରନ୍ତି । ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ରାଷ୍ଟ୍ରପତି ପାର୍କିନସନ୍ ରୋଗ ସହ ଲଢୁଛନ୍ତି ବୋଲି ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ମସ୍କୋର ଜଣେ ରାଜନୈତିକ ବୈଜ୍ଞାନିକ କହିଛନ୍ତି ଯେ, ଋଷର ରାଷ୍ଟ୍ରପତିଙ୍କ ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଏଲିନା କାବେବା ଏବଂ ତାଙ୍କର ଦୁଇ ଝିଅ ତାଙ୍କୁ ଇସ୍ତଫା ଦେବାକୁ କହୁଛନ୍ତି ।

ସେ କହିଛନ୍ତି ଯେ, ‘ଗୋଟିଏ ପରିବାର ଏମତି ଅଛି, ଯେଉଁମାନଙ୍କ କଥା ପୁତିନଙ୍କ ଉପରେ ପ୍ରଭାବ ପକାଏ । ତେଣୁ ଆସନ୍ତ ବର୍ଷ ଜାନୁଆରୀରେ ପୁତିନ ରାଷ୍ଟ୍ରପତି ପଦବୀ ଛାଡ଼ିବା ନେଇ ଯୋଜନା ସାର୍ବଜନୀନ କରିପାରନ୍ତି । ପୁତିନ ପାର୍କିନସନ‌ରେ ପୀଡିତ ହୋଇପାରନ୍ତି କାରଣ ଏହି ରୋଗର ଲକ୍ଷଣ ନିକଟରେ ରାଷ୍ଟ୍ରପତିଙ୍କ ନିକଟରେ ଦେଖା ଦେଇଥିଲା। ଗୋଟିଏ ଅନୁସନ୍ଧାନ ଦ୍ୱାରା ସମୀକ୍ଷା କରାଯାଇଥିବା ଭିଡ଼ିଓ ଅନୁଯାୟୀ, ପୁତିନ କ୍ରମାଗତ ଭାବରେ ନିଜ ଗୋଡ ହଲାଉଥିବାର ନଜର ଆସିଛନ୍ତି । ପୁତିନଙ୍କ ପଦ ଛାଡ଼ିବା ଖବର ଏକ ଏମିତି ସମୟରେ ଆସିଛି ଯେତେବେଳେ ଋଷର ବିଧାୟକମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତାବିତ ଏକ ଆଇନ ଉପରେ ବିଚାର କରୁଛନ୍ତି ।

ପାର୍କିନସନ୍ ରୋଗ କ’ଣ ?

ପାର୍କିନସନ୍ ରୋଗର ଅର୍ଥ ହେଉଛି ଏକ ମାନସିକ ରୋଗ ଯେଉଁଥିରେ ମାନବ ଶରୀରରେ କମ୍ପନ, ଚାଲିବାରେ ଅସୁବିଧା, ସନ୍ତୁଳନ ଏବଂ ସମନ୍ୱୟ ଭଳି ସମସ୍ୟା ରହିଛି । ପାର୍କିନସନ୍ ରୋଗର ଆରମ୍ଭ ଏକ ସାଧାରଣ ରୋଗ ପରି , ଯାହାକି କିଛି ସମୟ ପରେ ଗମ୍ଭୀର ରୂପ ନେଇଥାଏ । ଏହାର ଲକ୍ଷଣ ବା ଭିନ୍ନ ଭିନ୍ନ ବ୍ୟକ୍ତିଠାରେ ଭିନ୍ନ ଭିନ୍ନ ଭାବରେ ଦେଖାଯାଏ ।

Leave a Reply