ଲକ୍ଷ ଲକ୍ଷ କୋଟିର ମାଲିକ ପୁଟିନ୍, ଅତିବାହିତ କରନ୍ତି ବିଳାସପୂର୍ଣ୍ଣ ଜୀବନ

1 min read

ମସ୍କୋ: ଋଷ ୟୁକ୍ରେନ ମଧ୍ୟରେ କିଛି ଦିନ ଜାରି ରହିଛି ଭୀଷଣ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ’ସେନା ଅପରେସନ’ର ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିବାରେ ଲାଗିଛି ଋଷ । ତେବେ ଏହି ଯୁଦ୍ଧ ମଧ୍ୟରେ ଏହା ମଧ୍ୟ କହୁଯାଉଛି ଯେ ଋଷ-ୟୁକ୍ରେନ ଯୁଦ୍ଧ ଫଳରେ ସାରା ବିଶ୍ୱ ଆଉ ଏକ ବିଶ୍ୱଯୁଦ୍ଧ ଦେଖିବାକୁ ଯାଉଛି । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେବା ପରେ ସାରା ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଭ୍ଲାଦିମିର ପୁଟିନ୍ ।

ସାରା ଦୁନିଆର ନଜର ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଉପରେ ରହିଛି । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ମାଧ୍ୟମରେ ସାରା ବିଶ୍ୱରେ ପୁଟିନ୍ ତାଙ୍କ ଶକ୍ତି ବ୍ୟକ୍ତ କରିବାରେ ଲାଗିଛନ୍ତି । ଭ୍ଲାଦିମିର ପୁଟିନ୍ ପୂର୍ବରୁ ମଧ୍ୟ ବିଶ୍ୱର ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ଆସୁଥିଲେ । ତେବେ ଆସନ୍ତୁ ଜାଣିବା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜୀବନକୁ ନେଇ କିଛି ଖାସ୍ କଥା…

ମିଡିଆ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ବିଳାସପୂର୍ଣ୍ଣ ଜୀବନଶୈଳ ଅତିବାହିତ କରନ୍ତି । ୨୦୧୮ରେ ଫୋବର୍ସ ତାଲିକାରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଭ୍ଲାଦିମିର ପୁଟିନ୍ ଦୁନିଆର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ତେବେ ନିକଟରେ ଆମେରିକା ନିମ୍ନ ସଦନର ବାଚସ୍ପତି ନାନ୍ସୀ ପେଲୋସି କହିଥିଲେ କି ସମ୍ଭବତଃ ପୁଟିନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି । ପେଲୋସି ଏହି ମନ୍ତବ୍ୟ ସେହି ସମୟରେ ଦେଇଥିଲେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମସ୍କୋ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ପାଇଁ ଚର୍ଚ୍ଚା ହେଉଥିଲା ।

ବ୍ରିଟିଶ ନ୍ୟୁଜ୍ ଓ୍ୱେବସାଇଟ ’ମିରର’ରେ ପ୍ରକାଶ ପାଇଥିବା ଏକ ଖବର ଅନୁସାରେ ଋଷ ରାଷ୍ଟ୍ରପତି ’ପୁଟିନ୍ ପ୍ୟାଲେସ’ଙ୍କ ନାମରେ ଜଣାଶୁଣା ୭୪ ଅରବର ଏକ ବିଳାଶପୂର୍ଣ୍ଣ ମହଲ ରହିଛି । ଏହା ସହ ୭୪୧ କୋଟି ମୂଲ୍ୟର ଏକ ’ଜାହାଜ’ ଏବଂ ଆହୁରି ଅନେକ ମୂଲ୍ୟବାନ ସମ୍ପତ୍ତି ରହିଛି । ପୁଟିନଙ୍କ ପାଖରେ ରହିଥିବା ’ଜାହାଜ’ରେ ବେଡରୁମ୍, ସୁଇମିଂ ପୁଲ୍ ଓ ହେଲିପ୍ୟାଡ ରହିଛି । ବ୍ରିଟିଶ ମିଡିଆର ରିପୋର୍ଟ ଅନୁସାରେ ପୁଟିନଙ୍କ ଏହି ମହଲ ଋଷର କୃଷ୍ଣ ସାଗର କୂଳରେ ରହିଛି । ଏହି ମହଲରେ ଏକ ବଡ଼ ସୁଇମିଂ ପୁଲ ରହିଛି ଯାହାକୁ ଗ୍ରୀକ୍ ଦେବତାମାନଙ୍କ ପ୍ରତିମୂର୍ତ୍ତୀରେ ସଜାଯାଇଛି । ଏହି ମହଲରେ ଏକ ଓ୍ୱାଇନ୍ ସେଲର, ଏକ ଥିଏଟର ଏବଂ ପୋଲ୍ ଡ୍ୟାନ୍ସିଂ ପାଇଁ ଏକ କ୍ଲବ ଭଳି ଏକ ସ୍ଥାନ ମଧ୍ୟ ରହିଛି । ତେବେ ପୁଟିନ୍ ଏହି ପ୍ରାସାଦର ମାଲିକାନାକୁ ଅସ୍ୱୀକାର କରିଥିଲେ ।

ମିଡିଆ ରିପୋର୍ଟ୍ସରେ ଆହୁରି ମଧ୍ୟ କୁହାଯାଇଥିଲା କି ପୁଟିନଙ୍କ ପାଖରେ ଏକ ବିଳାଶପୂର୍ଣ୍ଣ ମହଲ ସହ ଆହୁରି ୧୯ଟି ଘର ରହିଛି । ଏହା ସହ ୫୮ଟି ବିମାନ ଓ ହେଲିକପ୍ଟର, ୭୦୦ କାର ଓ କୋଟି କୋଟି ମୂଲ୍ୟର ଦାମୀ ଘଣ୍ଟା ରହିଛି । ବିଦେଶୀ ଗୃହପାଳିତ ପଶୁଙ୍କୁ ରଖିବାକୁ ମଧ୍ୟ ଭଲ ପାଆନ୍ତି ପୁଟିନ୍ । ଯେଉଁଥିରେ ବୋରିସ୍ ନାମକ ଏକ ବାଘ ମଧ୍ୟ ସାମିଲ ରହିଛି । ଯାହାକୁ ପୁଟିନ୍ ଲାଇଭ୍ ଟିଭିରେ ୨୦୧୫ରେ ଜଙ୍ଗଲରେ ଛାଡି ଦେଇଥିଲେ ।

ଓ୍ୱାଂଶିଟନ ପୋଷ୍ଟ ସହ ଆଲୋଚନା କରିବା ସମୟରେ ହେଜ୍ ଫଣ୍ଡ ମ୍ୟାନେଜର ବିଲ ବ୍ରାଉନର ଅନୁମାନ କରିଥିଲେ କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ପତ୍ତି ପ୍ରାୟ ୨୦୦ ବିଲିୟନ ଡଲାର ଅଟେ । ତେବେ ପ୍ରକୃତରେ ପୁଟିନଙ୍କ ନିକଟରେ କେତେ ସମ୍ପତ୍ତି ରହିଛି ତାହା ଏବେ ଏକ ରହସ୍ୟ ଭାବରେ ରହିଛି ।

Leave a Reply