ମିଶନ ମ୍ୟାନ୍ ଭି.କେ. ପାଣ୍ଡିଆନ: ରାଉରକେଲା ବିକାଶ ଧାରାକୁ ଦେଇଛନ୍ତି ସଞ୍ଜିବନୀ

1 min read

ରାଉରକେଲା: ରାଉରକେଲା ଆଉ ଭି.କେ. ପାଣ୍ଡିଆନ । ଗୋଟିଏ ବୁଡ଼ିଯାଉଥିବା ସରକାରୀ ସଂସ୍ଥାକୁ କେମିତି ପୁନଃରୁଦ୍ଧାର କରାଯାଏ ? କ୍ଷତିରେ ଚାଲୁଥିବା ସଂସ୍ଥାକୁ ଲାଭଦାୟକ ଅନୁଷ୍ଠାନରେ ପରିଣତ କରି ଲୋକଙ୍କର ବିକାଶ କରାଯାଏ ? ଏକଥା ରାଉରକେଲାର ଏଡିଏମ ଭାବେ ପ୍ରତିପାଦିତ କରିଥିଲେ ଭି.କେ. ପାଣ୍ଡିଆନ । ମାତ୍ର ୮ ମାସର କାର୍ଯ୍ୟକାଳ ସମୟରେ ରାଉରକେଲା ବିକାଶ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଆଜି ବି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି ।

ମିଶନ ମ୍ୟାନ୍ ଭି.କେ. ପାଣ୍ଡିଆନ । ତାଙ୍କ ଭିଜନ ଓଡ଼ିଶାର ବିକାଶକୁ ଦେଇଛି ଯାଦୁକରୀ ସ୍ପର୍ଶ । ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଆଜିର କି କାଲିର ନୁହେଁ । ପ୍ରଶାସନିକ ଜୀବନ ଆରମ୍ଭରୁ ହିଁ ସେବାକୁ ସଂକଳ୍ପ ଓ ବିକାଶକୁ ବ୍ରତ ଭାବେ ଗ୍ରହଣ କରିଥିଲେ ପାଣ୍ଡିଆନ । ରାଉରକେଲାରେ ତାଙ୍କର ସ୍ବଳ୍ପ କାର୍ଯ୍ୟକାଳର କାର୍ଯ୍ୟଶୈଳୀ ହିଁ ପାଣ୍ଡିଆନଙ୍କ ବିକାଶ ଆଭିମୁଖ୍ଯକୁ ସ୍ପଷ୍ଟ ପ୍ରତିପାଦିତ କରୁଛି ।

୨୦୦୪ ମସିହା ଅଗଷ୍ଟ ୧୩ ତାରିଖ । ରାଉରକେଲାର ଏଡିଏମ ଭାବେ ଯୋଗ ଦିଅନ୍ତି ଯୁବ ଓ ପ୍ରତିଭାବାନ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ । ଏହା ସହିତ ରାଉରକେଲା ଡେଭଲପମେଣ୍ଟ ଅଥରିଟି-ଆରଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ବି ନିଅନ୍ତି ।  ସେତେବେଳେ ୨୨ କୋଟି ଟଙ୍କାର ଋଣ ଭାରରେ ବୁଡ଼ି ଅସ୍ତିତ୍ବ ହରାଇବାକୁ ବସିଥିଲା ଆରଡିଏ । ସମ୍ପତ୍ତି ଆଟାଚ୍ କରିବାକୁ ବ୍ୟାଙ୍କ ନୋଟିସ ବି ଆସି ସାରିଥିଲା । ଏହାକୁ ବଞ୍ଚାଇବାକୁ ଯେତେବେଳେ ସବୁ ବାଟ ବନ୍ଦ ହୋଇଯାଇଥିଲା ସେତେବେଳେ ସଂକଟମୋଚକ ସାଜିଥିଲେ ଭି.କେ. ପାଣ୍ଡିଆନ । ସମସ୍ୟାର ମୂଳରେ ପହଞ୍ଚି ଆରଡିଏର ପୁନରୁଦ୍ଧାର ପାଇଁ କରିଥିଲେ ବ୍ଲୁପ୍ରିଣ୍ଟ । ବହୁତଳ ବିଶିଷ୍ଟ ଭିଏସିଏସ ମାର୍କେଟ କମ୍ପ୍ଲେକ୍ସକୁ କାର୍ଯ୍ୟକ୍ଷମ କରାଇ ଆରଡିଏକୁ ଲାଭ ଦେବା ପାଣ୍ଡିଆନଙ୍କ ଆଗରେ ଚ୍ୟାଲେଞ୍ଜ ଥିଲା । ଛେଣ୍ଡ କଲୋନୀ ଅଣଓସାରିଆ ରାସ୍ତାର ସଂପ୍ରସାରଣ ସହ ଦୋକାନ ଗୃହ ଉଚ୍ଛେଦ କରି ମାର୍କେଟ କଂମ୍ପ୍ଲେକ୍ସରେ ଦୋକାନୀଙ୍କୁ ଥଇଥାନ କରିବାକୁ ପାଣ୍ଡିଆନ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ସଫଳତାର ସହି କାର୍ଯ୍ୟକ୍ଷମ କରାଇ ଏକାବେଳେ ଲୋକଙ୍କୁ ୩ ତିନୋଟି ଲାଭ ଦେବା ସହ ଆରଡିଏର ଆର୍ଥିକ ସ୍ଥିତିକୁ ବି ସୁଧାରିଥିଲେ ।

୨୦୦୪ ଅଗଷ୍ଟ ୧୩ରୁ ୨୦୦୫ ଏପ୍ରିଲ ୨୭ । ମାତ୍ର ୮ ମାସର କାର୍ଯ୍ୟକାଳରେ ରାଉରକେଲାର ରୂପରେଖ ବଦଳାଇ ଦେଲେ ଭି.କେ. ପାଣ୍ଡିଆନ । ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା ସହିତ ସବୁ କ୍ଷେତ୍ରରେ ମୂଳଦୁଆକୁ ମଜଭୁତ କଲେ । ଆଜି ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ହକି ବିଶ୍ବକପ ଆୟୋଜନ, ଗାଁର ଗାଁରେ ହକି ଖେଳର ବିକାଶରେ ରହିଛି ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ।