ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବେକଙ୍କ ଟ୍ୱିଟ ଭାଇରାଲ,ଉଠାଇଲେ ବଡ ପ୍ରଶ୍ନ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ପରେ ସ୍ତବ୍ଦ ହୋଇଯାଇଛି ବଲିଉଡ଼ ସହ ପ୍ରଶଂସକ । ଏବଂ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ବହୁ ବଡ଼ ଅଭିନେତା ଓ ଅଭିନେତ୍ରୀ । ଏହି ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଥିବା ବିବେକ ଓବରୟ ଟ୍ୱିଟରେ ଏକ ଓପନ ଲେଟର ଲେଖିଛନ୍ତି । ଏହି ଲେଟରରେ ସେ ମନଖୋଲି ଲେଖିଛନ୍ତି । ସେ ଏହି ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ଥିବା ତାଙ୍କ ଅନୁଭୂତି ବଖାଣିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଲେଖିଛନ୍ତି ଯେ, ଆଜି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ବେଳେ ବହୁତ କଷ୍ଟ ହୋଇଥିଲା । ଯଦି ମୁଁ ତାଙ୍କ ସହ ମୋ ବ୍ୟକ୍ତିଗତ ଅନୁଭୁତି ବାଣ୍ଟି ପାରିଥାନ୍ତି ଏବଂ ତାଙ୍କ କଷ୍ଟକୁ କମ କରିବାରେ ତାଙ୍କୁ ସାହାଯ୍ୟ କରିପାରଥାନ୍ତି । ଏହି କଷ୍ଟ ସହ ମୋର ନିଜର ବ୍ୟକ୍ତିଗତ ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ବହୁତ କଷ୍ଟ ଲାଗିବା ସହ ଏକୁଟିଆ ଲାଗେ ।

 ବିବେକ କହିଛନ୍ତି, “… କିନ୍ତୁ ଆତ୍ମହତ୍ୟା କଦାପି ସମାଧାନ ହୋଇପାରିବ ନାହିଁ । ମୁଁ ଇଚ୍ଛା କରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ବିଷୟରେ ଭାବିବା ବନ୍ଦ କରିନଥାନ୍ତେ ଯେଉଁମାନେ ଏବେ ତାଙ୍କ ନିଧନରେ ଭାଙ୍ଗିପଡ଼ିଛନ୍ତି… ସେ ଯଦି ଅନୁଭବ କରିଥାନ୍ତେ ଯେ, ଲୋକମାନେ ତାଙ୍କୁ କେତେ ଭଲ ପାଆନ୍ତି ତେବେ ସେ ଏମିତି କିଛି କରି ନଥାନ୍ତେ ।”

“ଆଜି ମୁଁ ଯେତେବେଳେ ତାଙ୍କ ବାପାଙ୍କୁ ତାଙ୍କ ଅନ୍ତିମ ସଂସ୍କାର ତାଙ୍କୁ ମୁଖାଗ୍ନୀ ଦେଉଥିବାର ଦେଖିଲି, ମୋତେ ବହୁତ କଷ୍ଟ ଲାଗିଲା, ସେଇ ବାପାଙ୍କ ଯନ୍ତ୍ରଣାକୁ ଦେଖିପାରୁଥିଲି । ଯେତେବେଳେ ତାଙ୍କ ଭଉଣୀ କାନ୍ଦୁଥିବାର ଏବଂ ତାଙ୍କୁ ଫେରି ଆସିବାକୁ କହୁଥିବାର ଦେଖିଲି, ମୋତେ ବହୁ କଷ୍ଟ ହୋଇଥିଲା ।”

“ମୁଁ ଆଶା କରୁଛି ଯେ ଆମର ଏହି ବଲିଉଡ଼ ଇଣ୍ଡଷ୍ଟ୍ରି ଯିଏ ନିଜକୁ ଗୋଟିଏ ପରିବାର ବୋଲି କହିଥାଏ, ସେ ନିଜେ ଏହା ଉପରେ ଗମ୍ଭୀର ଦୃଷ୍ଟି ଦେବ । ଏବଂ ଆମକୁ ଭଲ ହେବାକୁ ହେଲେ  ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ, ପରସ୍ପରକୁ ଖରାପ କହିବା ଅପେକ୍ଷା ଆମେ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ । ଅହଙ୍କାର ବିଷୟରେ କମ୍ ଚିନ୍ତା କରି ପ୍ରତିଭାବାନ ଏବଂ ଯୋଗ୍ୟ ଲୋକମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ”

“ଏହି ପରିବାର ପ୍ରକୃତରେ ଗୋଟିଏ ପରିବାର ହେବା ଆବଶ୍ୟକ। ଯେଉଁଠାରେ ପ୍ରତିଭାକୁ ସମ୍ମାନ ଜଣାଇବା ଆବଶ୍ୟକ, ନଷ୍ଟ କରିବା ନୁହେଁ । ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ । ମୁଁ ହସୁଥିବା ସୁଶାନ୍ତଙ୍କୁ ସର୍ବଦା ମନପକାଇବି, ମୁଁ ପ୍ରାର୍ଥନା କରୁଛି ଯେ, ଭଗବାନ ତୁମର ସେହି ସବୁ ଯନ୍ତ୍ରଣା ନେଇଯାଆନ୍ତୁ ଯାହା ତୁମେ ପାଉଥିଲ । ଏବଂ ତୁମ ପରିବାରକୁ ଏହି ଦୁଃଖକୁ ସମ୍ନା କରୁବାକୁ ଶକ୍ତି ଦିଅନ୍ତୁ । ଆଶାକରେ ତୁମେ ବର୍ତ୍ତମାନ ଭଲ ସ୍ଥାନରେ ଅଛ ବୋଧହୁଏ ଆମେ ତୁମ ପାଇଁ ଯୋଗ୍ୟ ନୁହେଁ  ।”

Leave a Reply