ମଣିପୁର ହିଂସାକୁ ନେଇ ଖୁବଶୀଘ୍ର ରିଲିଜ୍‌ ହେବ କି ସିନେମା ?

1 min read

ନୂଆଦିଲ୍ଲୀ:  ଦିନେ ବଡ଼ ପରଦାରେ ଚହଳ ପକାଇଥିଲା କାଶ୍ମିର ପଣ୍ଡିତଙ୍କ କାହାଣୀ । ସିନେମା ମାଧ୍ୟମରେ ଲୋକଲୋଚନକୁ  ଆସିଥିଲା ବାସ୍ତବ ଘଟଣା । ଫିଲ୍ମ ଦେଖିବା ପରେ ଦର୍ଶକ ବେଶ୍‌ ଭାବପ୍ରବଣ ହୋଇ ପଡ଼ିଥିଲେ । ରିଲ୍‌ ନୁହେଁ ରିଅଲ ଲାଇଫର ପ୍ରତିଟି ଘଟଣା ଚଳଚ୍ଚିତ୍ର ମାଧ୍ୟମରେ ରୂପେଲି ପରଦାରେ ଚିତ୍ରିତ ହୋଇଥିଲା ।  ଏହା ପୂର୍ବରୁ କେବେ ମଧ୍ୟ ୯୦ ଦଶକରେ ଉପତ୍ୟକାରେ କାଶ୍ମୀର ପଣ୍ତିତଙ୍କ ହିଂସାତ୍ମକ ଘଟଣା ଏବଂ ସେମାନଙ୍କର ଦେଶ ଛାଡିବା ସିନେମା ପରଦାରେ ରିଲିଜ୍‌ ହୋଇ ନଥିଲା ।

କିନ୍ତୁ ନାମିଦାମି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଖୁବ୍‌ ନିଖୁଣ ଭାବରେ ଏହାକୁ ପରଦାରେ ଦେଖାଇଥିଲେ ।  ନିକଟରେ ଖୁବ୍‌ଶୀଘ୍ର ଦର୍ଶକ ଏହି କାହାଣୀ ଉପରେ ଏକ ଓ୍ୱେବସିରିଜ୍‌ ଦେଖିବାର ସୁଯୋଗ ପାଇବେ ।  ଯାହାର ନାଁ ରହିଛି ‘ଦ କାଶ୍ମୀର ଫାଇଲ ଅନ୍‌ରିର୍ପୋଟେଡ’ । ବିବେକ ଅଗ୍ନିହୋତ୍ରୀ ନିକଟରେ ଏହାର ଟ୍ରେଲର ସୋସିଅଲ ମିଡିଆରେ ସେୟାର କରିଛନ୍ତି ।

ବିବେକ ଏକ ଟୁଇଟ କରି ଲେଖିଛନ୍ତି,   ଭାରତୀୟ ନ୍ୟାୟପାଳିକା କାଶ୍ମୀର ପଣ୍ତିତଙ୍କ ଜନଶୁଣାଣିରେ ବଧିର ଓ ମୂକ ଥିଲା ଏବଂ ବର୍ତ୍ତମାନ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ । ଏପରିକି ସେତେବେଳେ ନା ସୁରକ୍ଷା ମିଳିଥିଲା ନା ଆଜି ମିଳିଛି । ସ୍ଥିତି ପୂର୍ବଭଳି ସମାନ ।   ତେବେ ବିବେକଙ୍କ ଟୁଇଟରେ କିଛି ୟୁଜର୍ସ ରିଟୁଇଟ୍‌ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ସମୟ ନଷ୍ଟ ନ କରି ମଣିପୁର ହିଂସାକୁ ନେଇ ଏକ ସିନେମା ନିର୍ମାଣ କରନ୍ତୁ ।  ବିବେକଙ୍କୁ ଏକାଧିକ ୟୁଜର୍ସ ଏହିଭଳି ପରାମର୍ଶ ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ବିବେକ ମଧ୍ୟ ଏହାକୁ ଅଣଦେଖା କରି ନାହାଁନ୍ତି । ସେ ପ୍ରତ୍ୟୁତ୍ତରରେ ଲେଖିଛନ୍ତି, ମୋ ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ ।  କିନ୍ତୁ କ’ଣ ମୁଁ କ’ଣ ଏକା ସେହିଭଳି ସିନେମା ନିର୍ମାଣ କରିବି ?  ଆପଣଙ୍କ ଟିମ୍‌ ଇଣ୍ତିଆରେ କ’ଣ କୌଣସି ପୁରୁଷ ଚଳଚ୍ଚିତ୍ର ନିର୍ମାତା ନାହାଁନ୍ତି କି ?  ତେବେ ଅନୁମାନ କରାଯାଉଛିଯେ, ବିବେକ ବିରୋଧୀ ଦଳ INDIA ବିଷୟରେ ଉଲ୍ଲେଖ କରିଛନ୍ତି ।