ନୂଆଦିଲ୍ଲୀ: ଫିଲ୍ମ ବିବାହରୁ ନିଜର ଚମତ୍କାର ଅଭିନୟ ପାଇଁ ପରିଚୟ ଲାଭ କରିଥିବା ଅଭିନେତ୍ରୀ ଅମ୍ରିତା ରାଓ ମାଆ ହେବାକୁ ଯାଉଛନ୍ତି । ଅମୃତା ଏବଂ ତାଙ୍କ ସ୍ୱାମୀ ଆରଜେ ଅନମୋଲଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠି ଅମ୍ରିତା ଗର୍ଭବତୀ ଥିବା ଜଣାପଡୁଛି । ଏହି ଭାଇରାଲ ଫଟୋ ପରେ ତାଙ୍କ ପ୍ରେଗନାନ୍ସି ଖବର ଇଣ୍ଟରନେଟରେ ଛାଇ ଯାଇଛି ।

ଫଟୋରେ ଅମ୍ରିତା ଏବଂ ତାଙ୍କ ସ୍ୱାମୀ ଏକ ବିଲଡିଂ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଅମ୍ରିତା ଏକ ଧଳା ଡ୍ରେସ ବିନ୍ଧିଥିବାବେଳେ ସେ ପ୍ରେଗନେଣ୍ଟ ଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଦୁହେଁ ଏଯାବତ ପ୍ରେଗନେନ୍ସିର ଖବରକୁ ସେୟାର କରିନାହାନ୍ତି । ଅମ୍ରିତା ଓ ଅନମୋଲ ପ୍ରାରମ୍ଭରୁ ହିଁ ନିଜ ବ୍ୟକ୍ତିଗତ ଜୀବନକୁ ଖୁବ ପ୍ରାଇବଭେଟ ରଖିବାକୁ ପସନ୍ଦ କରନ୍ତି ।

ଅମ୍ରିତା ଓ ଅନମୋଲ ୨୦୧୬ ମସିହାରେ ବିବାହ କରିଥିଲେ । ତାଙ୍କ ବିବାହରେ କେବଳ ପରିବାର ଲୋକ ସହ ନକିଛି ବନ୍ଧୁ ସାମିଲ ହୋଇଥିଲେ । ଦୁହେଁ ବିବାହ କରିବା ପୂର୍ବରୁ ୭ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ ।

ଅମ୍ରିତା ରାଓ ୨୦୦୨ରେ ଅଲିଶ ଚିନାୟଙ୍କ ଗୀତ ‘ୱୋ ପ୍ୟାର ମେରା’ ରେ କାମ କରିଥିଲେ । ସେହି ଭିଡିଓକୁ ଖୁବ ପସନ୍ଦ କରାଯାଇଥିଲା । ଅମ୍ରିତା ଏହି ଭିଡିଓ ପରେ ୨୦୦୨ରେ ଚଳଚିତ୍ର ‘ଅବ କେ ବରଷ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ହିଟ ତ ହୋଇନଥିଲା କିନ୍ତୁ ଫିଲ୍ମରେ ଅମ୍ରିତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଏହି ଫିଲ୍ମ ପରେ ଅମ୍ରିତା ସାହିଦ କପୁରଙ୍କ ସହ ‘ଇଷ୍କ ଭିଷ୍କ’ ଚଳତିତ୍ରରେ ନଜର ଅସିଥିଲେ । ସାହିଦ ଓ ଅମ୍ରିତାଙ୍କ ଯୋଡ଼ି ଦର୍ଶକଙ୍କ ମଧ୍ୟରେ ଖୁବ ଫେମସ ହୋଇଯାଇଥିଲା । ଏହି ପିଲ୍ମର କିଛି ବର୍ଷ ପରେ ରାଜଶ୍ରୀ ବ୍ୟାନରରେ ଦୁହିଁଙ୍କୁ ବିବାହ ଫିଲ୍ମରେ କାଷ୍ଟ କରାଯାଇଥିଲା ।

ଫିଲ୍ମ ବିବାହକୁ ଆଜିବି ବଲିଉଡରେ ପାରମ୍ପରିକ ଫିଲ୍ମ ରୂପେ ଦେଖାଯାଏ, ଯାହାକୁ ପୁରା ପରିବାର ସହ ବସି ଦେଖାଯାଇପାରିବ । ଫିଲ୍ମଟିକୁ ଦର୍ଶକଙ୍କର ଖୁବ ଭଲ ରେସପନ୍ସ ମିଳିଥିଲା ।

ବିବାର ବ୍ୟତୀତ ଅମ୍ରିତା ଚଳଚିତ୍ର ମେଁ ହୁଁ ନା, ସତ୍ୟାଗ୍ରହ, ମସ୍ତୀ, ୱା ଲାଇଭ ହୋ ତୋ ଏସି, ପ୍ୟାରେ ମୋହନ, ୱେଲକମ ଟୁ ସଜ୍ଜନପୁର, ଭିକଟ୍ରି, ଲାଇଭ ପାର୍ଟନର, ଜଲି ଏଲଏଲବି, ସିଂହ ସାହେବ ଦି ଗ୍ରେଟ୍ ଏବଂ ଆର୍ଯ୍ୟ ଭଳି ଫିଲ୍ମରେ କାମ କରିଛନ୍ତି ।

