କରୋନା ଡରାଉଛି କି ? ସକାଳ ସୂର୍ଯ୍ୟ କିରଣ ବଢାଇବ ରୋଗ ପ୍ରତିରୋଧକ କ୍ଷମତା

1 min read

ନୂଆଦିଲ୍ଲୀ: ଦେଶରେ ଥମୁନି କରୋନା ଆତଙ୍କ ।  ଗତକାଲି କରୋନା ସଂକ୍ରମଣରେ ୧୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ଶହରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାଖାପାଖି ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୬ ଶହ ଟପିଛି । କରୋନା ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଶରୀରରେ ଭିଟାମିନ୍-ଡିର ଅଭାବ ଥିଲେ ସେମାନଙ୍କ ପାଇଁ କରୋନା ବିପଦ ସୃଷ୍ଟି କରିପାରେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାଦ୍ୱାରା ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ଏକ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଏହି ଭୂତାଣୁ ଏବଂ ଭିଟାମିନ୍-ଡି ମଧ୍ୟରେ ସମ୍ବନ୍ଧ ଖୋଜିବାକୁ ଚେଷ୍ଟା କରିଛନ୍ତି।

ଚର୍ମ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରାହୁଲ ନୀଏଲ କହିଛନ୍ତି ଯେ, ଯେଉଁ ଲୋକଙ୍କ ଶରୀରରେ ଭିଟାମିନ୍-ଡି ସ୍ତର କମ୍ ଥାଏ, ସେମାଙ୍କର କରୋନା କବଳରେ ଆସିବାର ଆଶଙ୍କା ଅଧିକ ଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା  ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକଙ୍କ ଅନୁସାରେ ସଂକ୍ରମଣକୁ ରୋକିବା ପାଇଁ ଭିଟାମିନ୍-ଡି ସପ୍ଲିମେଣ୍ଟ ଦେବା ବିଷୟରେ ବିଚାର କରାଯିବ । ଭିଟାମିନ୍-ଡି ସଂକ୍ରମିତ ବ୍ୟକ୍ତିଙ୍କୁ ସୁସ୍ଥ ହେବାରେ ମଧ୍ୟ ସହଯୋଗ କରିପାରେ । ଭିଟାମିନ୍-ଡି ମାତ୍ରା ଜଣେ ବ୍ୟକ୍ତି ମଧ୍ୟରେ ସଂକ୍ରମଣ ସମ୍ଭାବନାକୁ ୫୦ ପ୍ରତିଶତ ହ୍ରାସ କରିବ ।

ଏଥିପାଇଁ ଶରୀରରେ ସଠିକ୍ ମାତ୍ରାର ଭିଟାମିନ ଡି ପାଇଁ ପ୍ରତିଦିନ ପ୍ରତିଦିନ ସୂର୍ଯ୍ୟ କିରଣରେ ପାଞ୍ଚ-ଦଶ ମିନିଟ୍ ବିତାଇବା ଜରୁରୀ । ସକାଳ ୫ଟାରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଖରାରେ କିଛି ସମୟ ବିତାଇଲେ ତାହା ଶରୀର ପାଇଁ ଲାଭଦାୟକ ହେବ । ଭିଟାମିନ ଡି କେବଳ ସୂର୍ଯ୍ୟ କିରଣରୁ ଶରୀରକୁ ମିଳିଥାଏ । ମାଛ, ମାଂସ ଇତ୍ୟାଦି ଖାଦ୍ୟରୁ ଭିଟାମିନ ଡି ମିଳିନଥାଏ ।

 

 

 

 

Leave a Reply