spot_img

Latest Posts

କରୋନାକୁ ରୋକିବ ଭିଟାମିନ-ସି, ଆମେରିକା ଓ ଚୀନକୁ ମିଳିଲା ସଫଳତା

ବେଜିଂ: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସି’ର ଉପଯୋଗ ବେଶ୍‌ ସଫଳ ରହିଛି।

ଚାଇନା ଏହାର ପ୍ରୟୋଗ ପ୍ରଥମେ ଉହାନ୍‌ର ଝୋଙ୍ଗନନ୍‌ ହସ୍ପିଟାଲର ଡାକ୍ତରମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। କିଛି ସଂକ୍ରମିତଙ୍କଠାରେ ଏହାଦ୍ୱାରା ସୁଫଳ ମିଳିବାରୁ ଏହାକୁ ଅନ୍ୟ ରୋଗୀଙ୍କୁ ମଧ୍ୟ ଦିଆଯାଇଥିଲା। ସାଧାରଣତଃ ଦିନ ପିଛା ଜଣେ ସୁସ୍ଥ ପୁରୁଷଙ୍କୁ ୯୦ ମିଲିଗ୍ରାମ୍‌ ଏବଂ ମହିଳାଙ୍କୁ ୭୫ ମିଲିଗ୍ରାମ୍‌ ର ଭିଟାମିନ୍‌-ସି ଦିଆଯାଇଥାଏ। ତେବେ ଏହାର ୧୬ଗୁଣା ଭିଟାମିନ୍‌-ସି ଦିଆଗଲେ ଏହା କରୋନାଠାରୁ ଦୂରେଇ ରଖିବାକୁ ସକ୍ଷମ ହୋଇଥାଏ।

ସେହିପରି କମଳା ରସ ମଧ୍ୟ ସଂକ୍ରମିତଙ୍କୁ ଦିଆଗଲେ ସୁଫଳ ମିଳିଥାଏ। ଭିଟାମିନ୍‌-ସି ସହିତ କରୋନା ସଂକ୍ରମିତଙ୍କୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ଏବଂ ଆଜିଥ୍ରୋମାଇସିନ୍‌ ଆଣ୍ଟିବାୟୋଟିକ୍ସ୍‌ ଦିଆଗଲେ ସୁଫଳ ମିଳୁଛି ବୋଲି ଓ୍ବେବର କହିଛନ୍ତି।

Latest Posts

Don't Miss