spot_img

Latest Posts

ଭାରତର ୪୭ ପ୍ରତିଶତ ଲୋକଙ୍କ ଠାରେ ଏହି ଭିଟାମିନର ଅଭାବ: ଶାକାହାରୀଙ୍କୁ ଅଧିକ ବିପଦ

ପ୍ରୋଟିନ ଓ ଫାଇବର ସହିତ ଭିଟାମିନ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ପ୍ରତି ଭିଟାମିନ ଆମକୁ କିଛି ନା କିଛି ବିମାରୀରୁ ବଞ୍ଚାଇଥାଏ । ଏଥିପାଇଁ ଲୋକମାନେ ଭିଟାମିନ ଅଭାବ ଠାରୁ ଦୂରେଇ ରହିବାକୁ ପ୍ରୟାସ କରିଥାନ୍ତି । ମାତ୍ର ଏହାପରେ ଏକ ଭିଟାମିନର ଅଭାବ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥର ଏକ ରିପୋର୍ଟ ମୁତାବକ, ଭାରତୀୟଙ୍କ ମଧ୍ୟରେ ଭିଟାମିନ ବି୧୨ର ଅଭାବ ଅତିକମରେ ୪୭ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳିଛି । ୨୬ ପ୍ରତିଶତ ଜନସଂଖ୍ୟା ଭିଟାମିନ ବି୧୨ ପର୍ଯ୍ୟାପ୍ତ ମାତ୍ରାରେ ନେଉଛନ୍ତି ।

ଦିଲ୍ଲୀ ଏମ୍ସର ଏମଡି ମେଡିସିନ ଓ ନ୍ୟୁରୋଲଜି ଡିପାର୍ଟମେଣ୍ଟର ଡିଏମ, ନ୍ୟୁରୋଲଜିଷ୍ଟ ଓ ଜନରଲ ଫିଜିଶିୟନ ଡ. ପ୍ରିୟଙ୍କା ସେହରାବତ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, ଭିଟାମିନ ବି୧୨ର ଅଭାବ ଶୁଦ୍ଧ ଶାକାହାରୀ ଲୋକଙ୍କ ମଧ୍ୟରେ ସବୁଠାର ଅଧିକ ଦେଖିବାକୁ ମିଳିଛି । ମାତ୍ର ଏପରି କାହିଁକି ଘଟୁଛି ? ଡାକ୍ତର କହିଛନ୍ତି, ଯେଉଁମାନେ ଶାକାହାରୀ, ସେମାନଙ୍କ ଠାରେ ଭିଟାମିନ ବି ୧୨ର ଅଭାବ ଅଧିକ ରହିଥାଏ । ଏହାର କାରଣ ହେଉଛି, ପ୍ଲାଣ୍ଟ ବି ୧୨ର ସଂଶ୍ଲେଷଣ କରିପାରି ନଥାଏ । କାରଣ ତାକୁ ଏହାର ଆବଶ୍ୟକତା ରହିନଥାଏ । ମାତ୍ର ଆମର ବଡି ପାଇଁ ଭିଟାମିନ ବି ୧୨ର ଆବଶ୍ୟକତା ରହିଥାଏ । ସେଥିପାଇଁ ଶାକାହାରୀ ଲୋକଙ୍କ ମଧ୍ୟରେ ଏହାର ଅଭାବ ରହିଥାଏ ।

ଭିଟାମିନ ବି ୧୨ ଆମ ଶରୀର ପାଇଁ ନୂଆ ଲାଲ ରକ୍ତ କୋଷିକା ତିଆରି କରିବାରେ ସହାୟକ ହୋଇଥାଏ । ଏହାଦ୍ବାରା ହିମୋଗ୍ଲୋବିନ ଠିକ ରହିଥାଏ ଓ ଶରୀରରେ ଦୁର୍ବଳତା ବା କମ୍ ହୋଇଥାଏ । ଆମ ଶରୀର ପ୍ରତିଦିନ ନୂଆ କୋଷିକା ସୃଷ୍ଟି କରିଥାଏ । ଏହି କୋଷିକାଗୁଡ଼ିକ ପାଇଁ ଯେଉଁ ବ୍ଲୁପ୍ରିଣ୍ଟ ଆବଶ୍ୟକ, ଅର୍ଥାତ ଡିଏନଏ, ତାହାକୁ ତିଆରି କରିବାରେ ମଧ୍ୟ ବି ୧୨ ଏକ ବଡ଼ ଭୂମିକା ନିର୍ବାହ କରିଥାଏ । ଅଧିକାଂଶ ଶାକାହାରୀ ଖାଦ୍ୟରେ ବି୧୨ ମିଳିନଥାଏ । ତେଣୁ ଏହାର ଅଭାବ ପୂରଣ କରିବା ପାଇଁ ସପ୍ଲିମେଣ୍ଟ ଓ ଫର୍ଟିଫାଇଡ ଫୁଡ ନେବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି ।

Latest Posts

Don't Miss