ନନ୍ଦିଘୋଷ ବ୍ୟୁରୋ : ବୁର୍ଲା ଭିସୁଟର ପାସଆଉଟ ଛାତ୍ରୀ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଗିରଫ। ଗତ ୨ ଫେବୃଆରୀ ୨୦୨୩ରେ ଘଟିଥିଲା ଏ ଘଟଣା। ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚ୍ଯାନେଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ। ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା ହତ୍ୟା ମାମଲା ରୁଜୁ କରିଥିଲେ। କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟିକୁ ଦେବା ପାଇଁ କୁହାଯାଇଥିଲା । ଘଟଣାରେ ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଦୁଇ ସପ୍ତାହ ମଧ୍ଯରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

