spot_img

Latest Posts

ଆଫଗାନିସ୍ତାନରେ ଆରମ୍ଭ ହେଲା ମହିଳାଙ୍କ ଉପରେ ଅତ୍ୟାଚାର: ପୁରୁଷଙ୍କ ବିନା ବଜାରକୁ ଯିବା ମନା, ପିନ୍ଧିପାରିବେନି ସ୍ୟାଣ୍ଡଲ

କାବୁଲ: ତାଲିବାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। କିନ୍ତୁ ଏହା ସାଧାରଣ ଲୋକଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି | ଜାହାଁରା ନାମକ ଜଣେ ଆଫଗାନିସ୍ତାନ ମହିଳା କହିଛନ୍ତି ଯେ, ସେ ତାଲିବାନ ମୁକ୍ତ ଆଫଗାନିସ୍ତାନରେ ବଢ଼ିଥିଲେ, ଯେଉଁଠାରେ ଝିଅମାନଙ୍କ ପାଖରେ ପାଠ ପଢ଼ିବାର ସ୍ୱାଧୀନତା ଥିଲା ଏବଂ ମହିଳାମାନେ କାମ କରିବାର ସ୍ୱପ୍ନ ଦେଖିଥିଲେ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସେ ମହିଳାମାନଙ୍କ ସଚେତନତା ତଥା ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେବା ପାଇଁ ଏନଜିଓ ସହ କାର୍ଯ୍ୟ କରିଛନ୍ତି, କିନ୍ତୁ ଗୁରୁବାର ସନ୍ଧ୍ୟାରେ ତାଲିବାନ ହେରାଟ ସହରରେ ପ୍ରବେଶ କରିବା ସହ ସେମାନଙ୍କର ଧଳା ପତାକା ଉତ୍ତୋଳନ କରି ଏହି ଅଞ୍ଚଳ ଦଖଲ କରିଥିବା ଘୋଷଣା କରାଯାଇଥିଲା।

କୁହାଯାଏ ଯେ ମେ ମାସ ଶେଷ ସୁଦ୍ଧା ପ୍ରାୟ ୨୫୦,୦୦୦  ଆଫଗାନିସ୍ତାନ ନିଜ ଘରୁ ପଳାୟନ କରିଛନ୍ତି  । କେବଳ ଏହି ଭୟରେ ଯେ ତାଲିବାନ ଇସଲାମର କଠୋର ତଥା ଅନ୍ୟାୟ ନିୟମକୁ ପୁନଃ ଲାଗୁ କରିଦେବ । ଏହି ପ୍ରବାସୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା ଏବଂ ଶିଶୁ ଅଟନ୍ତି।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ଗୁରୁବାର ଦିନ ଆତଙ୍କବାଦୀ ସଂଗଠନକୁ ଆଫଗାନିସ୍ତାନ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଦୀର୍ଘ ଦିନର ଗୃହଯୁଦ୍ଧକୁ ରୋକିବା ପାଇଁ ଉତ୍ତମ ବିଶ୍ୱାସରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ନ୍ୟୁୟର୍କରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆଣ୍ଟୋନିଓ ଗୁଟେରସ୍ ତାଲିବାନ ମହିଳା ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରି ମାନବିକ ଅଧିକାରର ପ୍ରତିବନ୍ଧକକୁ ନେଇ ଉଦବେଦ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ମିଳିତ ଜାତିସଂଘ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସହରାଞ୍ଚଳରେ ଯୁଦ୍ଧ ଆରମ୍ଭ ହେବା ନେଇ ସେ ବିଶେଷ ଚିନ୍ତିତ ଅଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ତାଲିବାନୀ ମାନେ କାବୁଲର ଉତ୍ତର ପ୍ରାନ୍ତରେ ଟ୍ରାକ୍ଟରରେ ଯାଉଥିବା କିଛି ଲୋକଙ୍କୁ ଅଟକାଇଥିଲା ଏବଂ ଏଥିରେ ବସିଥିବା ଝିଅମାନଙ୍କୁ ସ୍ୟାଣ୍ଡେଲ ପିନ୍ଧିଥିବାରୁ ତାଙ୍କୁ ତାଗିଦ କରାଯାଇଥିଲା । ଜଣେ ଶିକ୍ଷକ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପୁରୁଷଙ୍କ ବିନା ବଜାରକୁ କିମ୍ବା ଘରୁ ବାହାରକୁ ଯିବାକୁ ଅନୁମତି ନାହିଁ ।

Latest Posts

Don't Miss