ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା: ଚଳଚଞ୍ଚଳ ପାରାଦୀପ

ପାରାଦୀପ: ଆଜି ବିଶ୍ବବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ସବୁ ପର୍ବପର୍ବାଣୀ ପରି ବିଶ୍ବକର୍ମା ପୂଜା ମଧ୍ୟ ଧୂମଧାମରେ ପାଳିତ ହେଉଛି । ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ଚଳିତ ବର୍ଷ ୫ ଦିନ ପାଳନ ହେବ ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ଯାତ୍ରା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଘରକରଣା ସାମଗ୍ରୀ କିଣିବାର ସୁଯୋଗ ପାଇବେ ଲୋକେ । ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନରେ ମଧ୍ୟ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା ।

କେବଳ ପାରାଦୀପ ନୁହେଁ, ସାରା ରାଜ୍ୟରେ ବିଶ୍ବକର୍ମା ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ବକର୍ମା । ସେହିପରି ମଞ୍ଚେଶ୍ବର ଓ କଟକ ଜଗତପୁର ଶିଳ୍ପାଞ୍ଚଳରେ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ସୁକିନ୍ଦା, ଜୋଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ମଧ୍ୟ ବିଶ୍ବକର୍ମା ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।