spot_img

Latest Posts

ପରିବାର ଲୋକ ୩୦ ହଜାର ଟଙ୍କିଆ କୁକୁର କିଣେଇ ଦେଲେନି ବୋଲି ଆତ୍ମହତ୍ୟା କଲା ନାବାଳକ

ବିଶାଖାପାଟନମ୍: ପିଲାମାନେ ଅନେକ ଥର, କିଛି ଜିନିଷକୁ ପାଇବାକୁ ଜିଦ୍ କରିଥାନ୍ତି । ଆଉ ଯେତେବେଳେ ସେମାନେ ସେ ଜିନିଷଟିକୁ ନ ପାଆନ୍ତି କ୍ରୋଧରେ ଏମିତି କାର୍ଯ୍ୟ କରନ୍ତି ଯେ ତାହା ଜାଣିବା ବି କଷ୍ଟକର ହୋଇପଡ଼ିଥାଏ । ଏପରି ଏକ ମାମଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୧୬ ବର୍ଷର ନାବାଳକ ଫାଶୀ ଦେଇ ଆତ୍ମହତ୍ୟା କରିଛି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେବଳ ପରିବାର ତାଙ୍କୁ କୁକୁର କିଣିବାକୁ ମନା କରିଦେଇଥିଲେ ବୋଲି ପିଲାଟି ରାଗିଯାଇ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ।

ସୂଚନାନୁସାରେ, ବିଶାଖାପାଟନମ୍‌ର ଭେଙ୍କଟେଶ୍ୱରା ମେଟା ଅଞ୍ଚଳରେ ଷଣମୁଖ ବାମସୀ (16) ତାଙ୍କ ପରିବାର ସହିତ ରହୁଥିଲେ। ଷଣମୁଖ ଏକ କୁକୁରକୁ ଅନଲାଇନରେ ଦେଖିଥିଲେ ଯାହାର ମୂଲ୍ୟ ୩୦ ହଜାର ଟଙ୍କା ଥିଲା। ଷଣମୁଖ କୁକୁରକୁ ବହୁତ ପସନ୍ଦ କରିଥିଲେ ଏବଂ କୁକୁରଟିକୁ କିଣିବାକୁ ବାପାମାଆଙ୍କ ପାଖରେ ଜିଦ୍ ଧରିଥିଲେ। ତେବେ ତାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ନଥିଲେ। ତାଙ୍କ ମା କୁକୁର ଆଣିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ । ଷଣମୁଖଙ୍କ ମା କହିଥିଲେ ଯେ, ଏବେ ରହିଯାଆ ପରେ ସେ ସେହି କୁକୁରଟିକୁ କିଣିଦେବେ । ତେବେ ପରିବାରଠାରୁ ଏମିତି ଶୁଣି ଷଣମୁଖ ରାଗି ଯାଇଥିଲେ। ଏହା ପରେ, ଯେତେବେଳେ ଷଣମୁଖଙ୍କ ମା ସୋମବାର ଘରୋଇ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲେ, ଷଣମୁଖ ଘରର ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।

ଘରକୁ ଫେରି ମାଆ ତାଙ୍କ ପୁଅର ଏମିତି ଅବସ୍ଥା ଦେଖି ଘଟଣା ସ୍ଥଳରେ ହିଁ ବେହୋସ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଷଣମୁଖ ବାମସୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚଳାଇଛି ।

Latest Posts

Don't Miss