spot_img

Latest Posts

ବିଶାଖାପଟନମ୍ ଗ୍ୟାସ ଲିକ୍ ଘଟଣା: NDMAଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜରୁରୀକାଳିନ ବୈଠକ, ରାହୁଲ ବଢ଼ାଇଲେ ସାହାଯ୍ୟର ହାତ

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଗ୍ୟାସ ଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଦେବାକୁ ଚେଷ୍ଟା କରାଯାଉଛି। ଏହା ସହ ପିଏମ ମୋଦି ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା କାମନା କରିଛନ୍ତି।

ଏଥି ସହ ରାହୁଲ ଗାନ୍ଧୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଂଗ୍ରେସ କର୍ମୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ରାହୁଲ କହିଛନ୍ତି, ‘ମୁଁ କଂଗ୍ରେସ କର୍ମୀ ଏବଂ ନେତାମାନଙ୍କୁ ନିବେଦନ କରୁଛି ଯେ ପ୍ରଭାବିତ ଲୋକଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଅନ୍ତୁ। ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା | ମୁଁ ପ୍ରାର୍ଥନା କରୁଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଏଥି ସହ କେନ୍ଦ୍ରୀୟ ଗୃହରାଷ୍ଟ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଗ୍ୟାସ ଲିକରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପରିସ୍ଥିତିର ଆକଳନ କରିବାକୁ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ସେ କଥା ହୋଇଛନ୍ତି । NDRF ର ଦଳଗୁଡିକୁ ଆବଶ୍ୟକ ରିଲିଫ୍ ପଦକ୍ଷେପ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Latest Posts

Don't Miss