ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଗୁଟଖା ଖାଉଥିଲେ ଓକିଲ,ଏମିତି ଶୁଣାଇଲେ ବିଚାରପତି…

1 min read

କରୋନା ଭାଇରସ ସଂକ୍ରମଣ କାରଣରୁ ଦେଶର ଆର୍ଥିକ ସମସ୍ୟା ସହିତ ଅନ୍ୟ ସମସ୍ତ କାମ ମଧ୍ୟ ପ୍ରଭାବିତ ହେଉଛି । ନ୍ୟାୟପାଳିକାର କାର୍ଯ୍ୟବିଦ୍ଧି ଉପରେ ମଧ୍ୟ ଖୁବ ପ୍ରଭାବ ପକାଇଛି ଏହି କରୋନା ଭୂତାଣୁ । ଏହି ମହାମାରୀ କାରଣରୁ କୋର୍ଟ ଏବେ କେବଳ ଜରୁରୀ ମାମଲା ଉପରେ ଶୁଣାଣି କରୁଛନ୍ତି । କେବଳ ସେତିକି ନୁହେଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ମାମଲାର ଶୁଣାଣି କରୁଛନ୍ତି କୋର୍ଟ । ଏଭଳି ପରିସ୍ଥିତିରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଗୁରୁବାରକୁ ସୁପ୍ରିମ କୋର୍ଟରେ ଭର୍ଚୁଆଲ ଶୁଣାଣି ମଧ୍ୟରେ ଜଣେ ଓକିଲ ଗୁଟଖା ଖାଉଥିବା ସମୟରେ ଜଷ୍ଟିସ ଅରୁଣ ମିଶ୍ର ଦେଖି ନେଇଥିଲେ ଏବଂ ଉକ୍ତ ଓକିଲଙ୍କ କ୍ଲାସ ନେବା ଆରମ୍ଭ କରିଦେଲେ । । ଅଦାଲତ ଶୁଣାଣି ବେଳେ ଗୁଟଖା ଖାଇବାକୁ ନାପସନ୍ଦ କରିଥିଲେ ବିଚାପତି । ବିଚାରପତି ତାଙ୍କୁ ଏଭଳି ପୁନର୍ବାର ନକରିବାକୁ ତାଗିଦ୍ କରିଥିଲେ ।

ନିକଟରେ ଓକିଲ ରାଜୀବ ଧାଓ୍ୱନଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଭିଡ଼ିଓ କନଫରେନ୍ସିଂ ସମୟରେ ଚାଲିଥିବା ଶୁଣାଣି ବେଳେ ସିଗାରେଟ ଏବଂ ହୁକ୍କା ଟାଣୁଥିବା ନଜର ଆସିଛି । କିନ୍ତୁ କୋର୍ଟଙ୍କ ତରଫରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏହି ଘଟଣା ଗୁରୁବାରର । ଏହି ସମୟରେ ରାଜସ୍ଥାନର ହାଇକୋର୍ଟରେ ଜୟପୁର ବେଞ୍ଚ କଂଗ୍ରେସ ସହିତ ବହୁଜନ ସମାଜ ପାର୍ଟିର ଛଅ ବିଧାୟକଙ୍କ ମିଶ୍ରଣକୁ ଆହ୍ୱାନ ଦେଉଥିବା ଯାଚିକାକୁ ଶୁଣାଣି କରୁଥିଲେ । ହୁଏତ ଏହା ଅଦଲାତଙ୍କ ନଜରକୁ ଆସିନଥିବ ।
ଆପଣଙ୍କୁ କହିରଖୁଛୁଯେ ଏହା ପୂର୍ବରୁ ଜଣେ ଓକିଲ ତାଙ୍କ ଘରର ଶୋଇବା କକ୍ଷରେ ଧଳା ରଙ୍ଗର ଟି-ସର୍ଟ ପିନ୍ଧି କାଗଜପତ୍ର ଦେଉଥିଲେ । ସେହି ସମୟରେ ମଧ୍ୟ ବିଚାରପତି ତାଙ୍କୁ କୋର୍ଟର ମର୍ଯ୍ୟାଦ କଥା ମନେ ପକାଇ ଦେଇଥିଲେ ।

Leave a Reply