ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର ଭର୍ଚୁଆଲ କୋର୍ଟରୁମ୍‌କୁ ଉଦ୍‌ଘାଟିତ କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼

1 min read

ଅନୁଗୁଳ ଓ ନୟାଗଡ ଜିଲ୍ଲାରେ ଖୋଲିଲା ମଡେଲ ଭର୍ଚୁଆଲ କୋର୍ଟରୁମ । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଏହାକୁ ଉଦଘାଟନ କରିଛନ୍ତି । ଇ-କଷ୍ଟୋଡି ସାର୍ଟିଫିକେଟ ସିଷ୍ଟମ ଏବଂ କେସ୍ ସମ୍ପର୍କିତ ସୂଚନା ପ୍ରଦାନ ଲାଗି ଅଟୋମେଟେଡ ଇମେଲ ସର୍ଭିସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଇ ମୁରଲିଧର ଓ ବିଚାରପତି ଜଷ୍ଟିସ ବିଶ୍ବଜିତ ମହାନ୍ତି, ହାଇକୋର୍ଟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମିଟି ଅଧ୍ୟକ୍ଷ ଜଷ୍ଟିସ ସଂଗ୍ରାମ କୁମାର ସାହୁ ଉପସ୍ଥିତ ଥିଲେ । ଭର୍ଚୁଆଲ ଜରିଆରେ ଏହି ଉଦଘଟନୀ କାର୍ଯ୍ୟକ୍ରମରେ ଓଡିଶା ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏସିଏସ ସଞ୍ଜୀବ ଚୋପ୍ରା, ଡିଜିପି ଅଭୟ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ, ଡିସିଏସ ଭାଗ୍ୟଲକ୍ଷ୍ମୀ ରଥ, ଅନୁଗୁଳ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ସାମିଲ ହୋଇଥିଲେ ।

 

 

Leave a Reply