ମୋଦି ସରକାରଙ୍କୁ ଝଟ୍‌କା: ସାଇଣ୍ଟିଫିକ୍ ଆଡଭାଇଜରୀ ଗ୍ରୁପ୍ ଚେୟାରମ୍ୟାନ୍ ଶାହିଦ ଜମିଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ସାଇଣ୍ଟିଫିକ୍ ଆଡଭାଇଜରୀ ଗ୍ରୁପ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମିଲ । କରୋନା ଭୂତାଣୁର ବିଭିନ୍ନ ଭ୍ୟାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ସରକାର ଗଠନ କରିଥିବା ବିଶେଷଜ୍ଞ ପ୍ୟାନେଲରୁ ଜମିଲ ଇସ୍ତଫା ଦେଇଛନ୍ତି । ନିକଟରେ ନ୍ୟୁୟର୍କ ଟାଇମ୍ସରେ ଏକ ସ୍ତମ୍ଭ ଲେଖିଥିଲେ । ଏଥିରେ କରୋନା ପରିଚାଳନା ଦିଗରେ ଭାରତ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ସରକାରୀସ୍ତରରେ ନିଆଯାଉଥିବା ପଦକ୍ଷେପକୁ ବିରୋଧ କରି ସେ ନିଜ ମତ ରଖିଥିଲେ । ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବା ବେଳେ ଟିକାର ଘୋର ଅଭାବ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଥିବା ନେଇ ଭାଇରୋଲୋଜିଷ୍ଟ ଜମିଲ ମତ ରଖିଥିଲେ । ଏହାଛଡ଼ା ମହାମାରୀ ନିୟନ୍ତ୍ରଣ ଲାଗି  ବିଶେଷଜ୍ଞଙ୍କ  ମତାମତକୁ ସରକାର ମାନି ନ ଥିବା ସେ ଅଭିଯୋଗ କରିଥିଲେ । ସରକାର ବୈଜ୍ଞାନିକଙ୍କ ମତାମତକୁ ଗୁରୁତ୍ୱ ଦେବା ଦରକାର ବୋଲି ବରିଷ୍ଠ ଭାଇରୋଲୋଜିଷ୍ଟ ଜମିଲ କହିଥିଲେ । ତେବେ ଏହି କାରଣରୁ ସେ ବୈଜ୍ଞାନିକ ପରାମର୍ଶଦାତା ପ୍ୟାନେଲରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି ।

ଏଥିସହିତ ପଢ଼ନ୍ତୁ: ଓଡିଶାକୁ ଚିଦାମ୍ବରମଙ୍କ ପ୍ରଶଂସା, କୋଭିଡ ପରିଚାଳନାରେ ନିଭାଉଛି ଦାୟିତ୍ୱ

Leave a Reply