ଧୋନୀଙ୍କୁ ସମାଲୋଚନା କଲେ କି ବିରେନ୍ଦ୍ର ସେହଓ୍ବାଗ? ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବାଙ୍ଗାଲୋର ୫୦ ରନରେ ବିଜୟ ହାସଲ କରିଛି । ତେବେ ଧୋନୀ ୯ ନମ୍ବରରେ ବ୍ୟାଟିଂ ଆସିଥିଲେ । ସେ ୩୦ ରନର ନଟଆଉଟ୍ ପାଳି ଖେଳିଥିଲେ । ଯାହାକି ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଥିଲା । ମାତ୍ର ସେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଯାହାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର ଧୂଆଁଧାର ଓପନର ବିରେନ୍ଦ୍ର ସେହଓ୍ବାଗ । ତେବେ କ୍ରିକବଜର ଏକ ଶୋ’ରେ ବିରେନ୍ଦ୍ର ସେହଓ୍ବାଗ ଧୋନୀଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ କହିଥିଲେ କି, ଆଜି ଧୋନୀ ବହୁତ ଶୀଘ୍ର ଆସିଛନ୍ତି । ସେ ୧୯ କିମ୍ବା ୨୦ ଓଭରରେ ଆସିବା କଥା । ଆସି ସେ ଜଲଦି ୧୬ତମ ଓଭରରେ ବ୍ୟାଟିଂ ପାଇଁ ଆସିଛନ୍ତି । ବୋଧହୁଏ ତାଙ୍କ ବ୍ୟାଟ୍ସମ୍ୟାନ ମାନେ ଶୀଘ୍ର ଆଉଟ୍ ହୋଇଗଲେ । ତେବେ ଅଶ୍ବିନୀଙ୍କ ପରେ ମଧ୍ୟ ଧୋନୀ ବ୍ୟାଟିଂ ଆସିଥିଲେ ।
୧୯୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଅଶ୍ବିନୀ ଯେତେବେଳେ ଆସିଥିଲେ ସେତେବେଳେ ପ୍ରତି ଓଭରରେ ୧୬ ରନର ଆବଶ୍ୟକ ରହିଥିଲା । ତେବେ ଧୋନୀ ଆଗୁଆ ଆସିଥିଲେ ବୋଧେ ଦଳ ପାଇଁ ଫାଇଦା ହୋଇଥାନ୍ତା ବୋଲି ସମସ୍ତେ ଯୁକ୍ତି ବାଢ଼ିଛନ୍ତି । ତେବେ ସେହଓ୍ବାଗ ମଜାରେ ଏଭଳି ଏକ ଉତ୍ତର ଧୋନୀଙ୍କୁ ନେଇ ଦେଇଥିବାବେଳେ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଧୋନୀଙ୍କ ପ୍ରଶଂସକମାନେ ସେହଓ୍ବାଗଙ୍କୁ ମଧ୍ୟ ଗାଳି ଦେଉଥିବା ସହ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଇରଫାନ ପଠାନ ଏକ ଟ୍ବିଟ କରି ଲେଖିଛନ୍ତି କି ଧୋନୀ ୯ ନମ୍ବରରେ ବ୍ୟାଟିଂ କରିବାକୁ ମୁଁ କେବେ ସମର୍ଥନ କରିବି ନାହିଁ ।