ରାମାୟଣର ଏହି ଚରିତ୍ର ବିରୁଙ୍କ ବ୍ୟାଟିଂର ଥିଲା ପ୍ରେରଣା,ଜାଣନ୍ତୁ କେଉଁ ଚରିତ୍ର ..

ନୂଆଦିଲ୍ଲୀ: ଭାରତରେ ପୁଣି ଲକଡାଉନ୍ ସମୟକୁ ବୃଦ୍ଧି କରାଯାଇଛି । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଲକଡାଉନ୍ ସମୟରେ, ଲୋକଙ୍କୁ ଘରେ ରହିବାକୁ ଆଦେଶ ଦିଆଯାଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଆବଶ୍ୟକ । ସେଥିପାଇଁ ଏହି ଲକଡାଉନ୍ ନିୟମ ଜାରି କରାଯାଇଛି । ଘରେ ରହିଥିବାରୁ ଲୋକେ ରାମାୟଣ ପ୍ରସାରଣ ପାଇଁ ନିବେଦନ କରିଥିଲେ । ଯାହା ବର୍ତ୍ତମାନ ଡିଡି ନ୍ୟାସନାଲ ଚ୍ୟାନାଲରେ ପ୍ରସାରିତ ହେଉଛି। ରାମାୟଣର ରିଟେଲିକାଷ୍ଟର ଟିଆରପି ମଧ୍ୟ ରେକର୍ଡ କରିଛି । ତେବେ ନିକଟରେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ବିରେନ୍ଦର ସେହୱାଗ ପ୍ରକାଶ କରିଛନ୍ତି ଯେ ରାମାୟଣର ଏକ ଚରିତ୍ର ତାଙ୍କ ବ୍ୟାଟିଂର ପ୍ରେରଣା ଥିଲେ । କ୍ରିକେଟ୍ ଜଗତର ସେହୱାଗ ଜଣେ ସଫଳ ଖେଳାଳି । ତାଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ତେବେ ରାମାୟଣ ଜଡିତ ନିଜ ଖେଳର ଏକ ରାଜ ପ୍ରକାଶ କରିଛନ୍ତି ବିରେନ୍ଦ୍ର ଯାହା ଅନେକଙ୍କୁ ଆଚମ୍ବିତ କରିଛି ।

ବିରେନ୍ଦର ସେହୱାଗ କହିଛନ୍ତି ଯେ, ପ୍ରକୃତରେ ରାମାୟଣର ଚରିତ୍ର ଅଙ୍ଗଦ ତାଙ୍କ ବ୍ୟାଟିଂର ପ୍ରେରଣା । ରବିବାର ରାତିରେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେହୱାଗ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଙ୍ଗଦଙ୍କ ଗୋଡକୁ କେହି ହଲାଇ ପାରିନାହାନ୍ତି । ରବିବାର ରାତିରେ ରାମାୟଣର ଏହି ଏପିସୋଡ୍ ଦୁରଦର୍ଶନରେ ପ୍ରସାରିତ ହୋଇଥିଲା । ଯେଉଁଥିରେ ବାଳିର ପୁଅ ଅଙ୍ଗଦ ରାବଣ ସଭାରେ ପାଦ ରଖିଥିଲେ । ତାଙ୍କ ଶକ୍ତି ସାମ୍ନାରେ ରାକ୍ଷଷମାନେ ମଧ୍ୟ ହାର ମାନିଥିଲେ । ସଭାରୁ ତାଙ୍କୁ କେହି ହଲାଇ ପାରିନଥିଲେ ।

ବିରେନ୍ଦର ସେହୱାଗ ଅଙ୍ଗଦଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି ଯେ, “ମୋ ବ୍ୟାଟିଂର ପ୍ରେରଣା । ଅଙ୍ଗଦଜି ରକ୍ସ” ଏହି ଦୃଶ୍ୟ ସେହି ସମୟର ଯେତେବେଳେ ପ୍ରଭୁ ଶ୍ରୀରାମ ଅଙ୍ଗଦଙ୍କୁ ତାଙ୍କ ଶାନ୍ତି ଦୂତ ଭାବେ ଲଙ୍କାକୁ ପଠାଇଥିଲେ । କିନ୍ତୁ ରାବଣ ଏଥିପାଇଁ ମନା କରିଥିଲେ । ଫଳରେ ଅଙ୍ଗଦ ରାବଣର ସମଗ୍ର ସଭାକୁ ଚ୍ୟାଲେଞ୍ଜ କରିଥାଆନ୍ତି । ଯଦି ତାଙ୍କ ଗୋଡକୁ ହଲାଇ ଦେଇପାରନ୍ତି ତେବେ ସେ ରାମଙ୍କ ପରଜାୟକୁ ସ୍ୱୀକାର କରିନେବେ ।

ତେବେ ଅଙ୍ଗଦଙ୍କ ଗୋଡ ହଲାଇବାରେ ସମସ୍ତେ ଅସମର୍ଥ ହୋଇଥିଲେ । ଏବଂ ଯେତେବେଳେ ରାବଣ ନିଜେ ଗୋଡ ହଲାଇବାକୁ ଆସିଥିଲେ, ଅଙ୍ଗଦ ଗୋଡ ଉଠାଇ କହିଥିଲେ ଯେ ଯଦି ସେ ତାଙ୍କ ପାଦ ଧରିବାକୁ ଚାହାଁନ୍ତି, ତେବେ ଭଗବାନ ରାମଙ୍କୁ ଧରନ୍ତୁ । ଯିଏ ତାଙ୍କୁ କ୍ଷମା କରିବେ। ଅଙ୍ଗଦଙ୍କ ଭଳି ବିରେନ୍ଦ୍ର ସେହୱାଗ ମଧ୍ୟ କ୍ରିକେଟ୍ ଦୁନିଆରେ ଏମିତି କାର୍ଯ୍ୟ କରିଛନ୍ତି ଯାହା କେହି କେବେ ଭୁଲି ପାରିବେ ନାହିଁ ।

 

 

Leave a Reply