spot_img

Latest Posts

‘ଭାରତୀୟ ଟିମରେ ମୋ ଭଳି କେହି ନାହାନ୍ତି’

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ କ୍ରିକେଟରୁ ସନ୍ୟାସ ନେବାର ୯ ବର୍ଷ ହୋଇଗଲାଣି । ଏ ଯାଏ ବି ଟିମ୍ ଇଣ୍ଡିଆ ବିରେନ୍ଦ୍ର ସେହୱାଗଙ୍କ ଭଳି କ୍ରିକେଟରଙ୍କ ବିକଳ୍ପ ଖୋଜି ପାରି ନାହିଁ। ଆଜି ବି ତାଙ୍କ ନିର୍ଭୀକ ବ୍ୟାଟିଂକୁ ପ୍ରଶଂସା କରାଯାଉଛି । ପୂର୍ବତନ ଭାରତୀୟ ଓପନର୍ ନିଜର ଅନନ୍ୟ, ଚମକପ୍ରଦ ଏବଂ ନିର୍ଭୀକ ମନୋଭାବ ସହିତ ଟେଷ୍ଟ କ୍ରିକେଟ୍ ରେ ପରିବର୍ତ୍ତନ ଆଣିଥିଲେ । ଯେଉଁ ସମୟରେ ବିଶ୍ୱ କ୍ରିକେଟରେ ବେସବଲ୍ ଭଳି ଶବ୍ଦ ନଥିଲା। ବିରୁ ଟେଷ୍ଟ କ୍ରିକେଟରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି।

ଆଜି ବି ଯେତେବେଳେ ଜଣେ ଯୁବ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରନ୍ତି, ସେତେବେଳେ ସେହୱାଗଙ୍କ ସହ ତାଙ୍କୁ ତୁଳନା କରାଯାଏ । କିଛି ପୂର୍ବତନ କ୍ରିକେଟର ମଧ୍ୟ ସେହୱାଗକୁ ମନେ ପକାନ୍ତି ।

ଏକ କାର୍ଯ୍ୟକ୍ରମରେ ସେହୱାଗ କହିଛନ୍ତି, ‘ମୁଁ ଟେନିସ୍ ବଲ୍ କ୍ରିକେଟ୍ ଖେଳୁଥିଲି, ଯେଉଁଥିରେ ମୋର ମାନସିକତା ଥିଲା ସୀମା ଟପି ରନ୍ କରିବା । ଯଦି ମୁଁ ୯୦ ସ୍କୋରରେ ଅଛି ତାହାଲେ ଶହେରେ ପହଞ୍ଚିବା ପାଇଁ ମୁଁ ୧୦ ଟି ବଲ ନିଏ । ସେହିଭଳି ମୋତେ ଆଉଟ କରିବାକୁ ବିରୋଧୀଦଳ ୧୦ଟି ବଲ ନିଅନ୍ତି ।

ସେହୱାଗ ଆହୁରି କହିଛନ୍ତି, ‘ମୁଁ ଭାବୁନାହିଁ ଯେ, ଭାରତୀୟ ଦଳରେ ଯେଉଁ ଖେଳାଳି ଅଛନ୍ତି, ସେମାନେ ମୋ ଭଳି ବ୍ୟାଟିଂ କରିପାରିବେ ବୋଲି। ମୋ ମନକୁ ଆସୁଥିବା ଦୁଇ ଖେଳାଳି ହେଉଛନ୍ତି ପୃଥିବୀ ସ ଏବଂ ରିଷଭ ପନ୍ତ ।

Latest Posts

Don't Miss