ଭାଇରାଲ ହେଉଥିବା କୋହଲିଙ୍କ ୭ ସେକେଣ୍ଡର ଭିଡିଓକୁ ନେଇ ଶ୍ରୀଲଙ୍କାରେ କରାଯାଉଛି ଟ୍ରୋଲ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ଗସ୍ତରେ ଅଛି ଟିମ ଇଣ୍ଡିଆ । ଟି-୨୦ ସିରିଜ ଜିତିବା ପରେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ । ତେବେ ଦିନିକିଆ ମ୍ୟାଚ ପୂର୍ବରୁ କୋଲହିଲଙ୍କ ଏକ ୭ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଶ୍ରୀଲଙ୍କାରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି କି, କୋହଲି ଡ୍ରେସିଂ ରୁମରେ ଅଭ୍ୟାସ କରୁଛନ୍ତି ଏବଂ ଜଣେ ପ୍ରଶଂସକ ବାହାରୁ ତାଙ୍କୁ ଚୋକଲି ବୋଲି କହୁଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ ହୋଇଥିବାବେଳେ ଏହା ନିଆଁ ବେଗରେ ଭାଇରାଲ ହେବାରେ ଲାଗିଛି । ତେବେ ମାନିସିକଭାବେ ତାଙ୍କୁ ହଇରାଣ କରାଯାଉଥିବା ଭାରତୀୟ ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ।

କହି ରଖୁଛୁ କି, ଶ୍ରୀଲଙ୍କାରେ ବିରାଟଙ୍କ ପ୍ରଦର୍ଶନ ଭଲ ରହିଛି । ୨୬ ଇନିଂସରେ ୧୦୨୮ ରନ ସଂଗ୍ରହ କରିଛନ୍ତି । ଏହାସହ ଶ୍ରୀଲଙ୍କା ବିପକ୍ଷରେ କୋହଲି ୧୦ଟି ଶତକ ହାସଲ କରିଛନ୍ତି । ମାତ୍ର ତାଙ୍କୁ ଏଭଳି ଟ୍ରୋଲ କରିବା ପଛର ଉଦ୍ଦେଶ୍ୟ କଣ ବୋଲି ମଧ୍ୟ ପ୍ରଶ୍ନ ଉଠାଯାଇଛି । ସେପଟେ ବିରାଟ ଶ୍ରୀଲଙ୍କାରେ ଦମଦାର ପ୍ରଦର୍ଶନ କରିବା ସହ ଟ୍ରୋଲରଙ୍କ ମୁହଁ ବନ୍ଦ କରିବେ ବୋଲି ଆଶା ରଖାଯାଇଛି ।