ଆଉ ମାତ୍ର ୩୨୯ ରନ, କୋହଲି ବନେଇବେ ବିରାଟ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲି ଅନେକ ରେକର୍ଡର ଅଧିକାରୀ । ତେବେ ଆଉ ଏକ ରେକର୍ଡ ବିରାଟ ନାମରେ ଯୋଡ଼ି ହେବାକୁ ଯାଉଛି । ମାତ୍ର ୩୨୯ ରନ ପଛରେ ରହିଥିବା ବିରାଟ ସାଙ୍ଗାକାରଙ୍କ ରେକର୍ଡକୁ ଅତିକ୍ରମ କରିବେ । ଦିନିକିଆରେ ସର୍ବାଧିକ ସ୍କୋର କରିବାର ଦ୍ବିତୀୟ ସ୍ଥାନରେ ରହିବେ ବିରାଟ । ଏକ ନମ୍ବରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଛନ୍ତି । କୁମାର ସାଙ୍ଗାକାରା ୧୪,୨୩୪ ରନ କରିଥିବାବେଳେ ବିରାଟ ଏବେ ୧୩,୯୦୬ ରନ କରିଛନ୍ତି । ମାତ୍ର ୩୨୯ ରନ କଲେ ଦ୍ବିତୀୟ ସ୍ଥାନରେ ରହିବେ । ସବୁଠାରୁ ଗୁରୁତ୍ବୂପର୍ଣ୍ଣ କଥା ହେଉଛି କି, କୋହଲି ଏବେ ଫର୍ମରେ ନାହାନ୍ତି । ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତେବେ ଆଗାମି ଦିନରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରେ । ସିନିୟର ଖେଳାଳି ଭାବେ ସେ ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଉଛି । ମାତ୍ର ଏବେ ୧୩ ବର୍ଷ ପରେ ରଣଜୀ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ କୋହଲି । ଏଣୁ ସେ ନିଜର ଫର୍ମ ଫେରି ପାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।