କୋହଲିଙ୍କ ସୁନ୍ଦରୀ ପାକିସ୍ତାନୀ ପ୍ରଶଂସକ, ବାବରଙ୍କୁ ଦେଖାଇଲେ ନାଲି ଆଖି

1 min read

କାଣ୍ଡି: ଶନିବାର ଶ୍ରୀଲଙ୍କାର କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପର ଗ୍ରୁପ୍ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚ ଅଧାରୁ ବାତିଲ ହୋଇଥିଲା । ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଇନିଂସରେ ୨୬୬ ରନ କରିଥିଲା । ତେବେ ପ୍ରଥମ ଇନିଂସ ପରେ ବର୍ଷା କାରଣରୁ ମ୍ୟାଚ୍ ଆଉ ଆରମ୍ଭ ହୋଇପାରିନଥିଲା । ତେବେ ମ୍ୟାଚ ବାତିଲ ହେବା କାରଣରୁ ଷ୍ଟାଡିୟମରେ ପହଞ୍ଚି ଥିବା ଫ୍ୟାନ୍ସମାନେ ନିରାଶ ହୋଇଥିଲେ । କାହିଁକି ସମସ୍ତେ ଚାହୁଁଥିଲେ ଏହି ଦୁଇ  ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ।

https://twitter.com/SillyMessiKohli/status/1698027322740453796?s=20

ତେବେ ଏସବୁ ମଧ୍ୟରେ ଜଣେ ପାକିସ୍ତାନୀ ଫ୍ୟାନ୍ ଗାର୍ଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ସେ କେବଳ ଭାରତର ବିରାଟ କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମକୁ ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ପ୍ରଶଂସକ ଜଣଙ୍କ କହିଛନ୍ତି, ‘ ବିରାଟ କୋହଲି ମୋର ପ୍ରିୟ ଖେଳାଳି ଏବଂ ମୁଁ ବିରାଟ କୋହଲିଙ୍କୁ ଦେଖିବାକୁ ବିଶେଷ ଭାବେ ଆସିଥିଲି। ମୁଁ ଆଶା କରୁଥିଲି ସେ ଏକ ଏଠାରେ ଶତକ ହାସଲ କରିବେ । କିନ୍ତୁ ତାହା ହୋଇପାରିଲାନି ମୋର ହୃଦୟ ଭାଙ୍ଗିଗଲା’ ।

ପାକିସ୍ତାନରୁ ଆସିଥିବା ଏହି ଫ୍ୟାନ୍ ଗାର୍ଲ ସମସ୍ତଙ୍କ ସାମ୍ନାରେ ବିରାଟ କୋହଲିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ କହିଥିଲେ କି ସେ ଭାରତକୁ ସମର୍ଥନ କରୁନାହାନ୍ତି ବରଂ ବିରାଟଙ୍କୁ ସମର୍ଥନ କରୁଛନ୍ତି । ତେବେ ଏହାର ଜବାବରେ ଫ୍ୟାନ୍ ଗାର୍ଲ ଜଣଙ୍କ କହିଥିଲେ କି ’ଚାଚା ପଡ଼ୋଶୀଙ୍କୁ ଭଲ ପାଇବା କିଛି ଖରାପ ଜିନିଷ ନୁହେଁ’ । ଏହା ପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି ଆପଣ ବିରାଟ କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରେ ବାଛିବାକୁ ପଡିବ, ତେବେ ଆପଣ କାହାକୁ ବାଛିବେ? ଏହି ପ୍ରଶ୍ନର ଉତ୍ତରରେ ସେ ବିରାଟ କୋହଲିଙ୍କୁ ବାଛିବେ ବୋଲି କହିଥିଲେ । ଏହି ଫ୍ୟାନ୍ ଗାର୍ଲଙ୍କ ଭିଡିଓ ଏବେ ସୋସିଆଲ ମିଡିଆର ଖୁବ୍ ଭାଇରାଲ ହେଉଛି ।