ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ କୋହଲୀ

1 min read

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦରୁ ଓହରିବେ ବିରାଟ କୋହଲୀ । ରବିବାର ଏ ନେଇ ଘୋଷଣା କରିଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଚଳିତ ଆଇପିଏଲ୍ ସିଜିନ୍‌ର ଶେଷରେ ସେ ଅଧିନାୟକ ପଦରୁ ଓହରିବେ । ଟ୍ୱିଟ୍ କରି ଏ ନେଇ ସେ ପ୍ରଶଂସକୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ଏହା ଶେଷ ଆଇପିଏଲ୍ କିନ୍ତୁ ଆରସିବି ପାଇଁ ଖେଳ ଜାରି ରଖିବି ବୋଲି ସେ କହିଛନ୍ତି । ଏଥିସହିତ ଆରସିବିର ପ୍ରଶଂସକୁ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କୋହଲୀ ।

ସୂଚନାଯୋଗ୍ୟ ଯେ, କୋହଲୀ ୨୦୧୩ ମସିହାରୁ ବେଙ୍ଗାଲୁରୁ ଟିମ୍‌ର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏବେ ଯାଏଁ ବିରାଟ ଗୋଟିଏ ବି ହେଲେ ଆଇପିଏଲ୍‌ ଟ୍ରଫି ଜିତିନାହାନ୍ତି । ୨୦୧୬ ପରେ ଆରସିବି ଟିମ୍‌ ଗତ ବର୍ଷ ପ୍ଲେ-ଅଫ୍‌କୁ କ୍ୱାଲିଫାଇ କରିଥିଲା । ୨୦୧୭ ଓ ୨୦୧୯ରେ ଅଙ୍କ ତାଲିକାରେ ବେଙ୍ଗାଲୁରୁ ସବୁଠାରୁ ତଳେ ରହିଥିଲା । କିନ୍ତୁ ୨୦୧୮ରେ ଟିମ୍‌ ତାଲିକାର ୬ ତମ ସ୍ଥାନରେ ରହିଥିଲା ।

୨୦୧୬ରେ କୋହଲିଙ୍କ ଫର୍ମ ବହୁତ ଭଲ ଥିଲା । ସେ ଏହି ସମୟରେ ମୋଟ ୯୭୩ ରନ୍‌ ସଂଗ୍ରହ କରିଥିଲା । ସେହିପରି ୨୦୧୮ରେ ମାତ୍ର ୫୦୦ ରନ୍‌, ୨୦୨୧ରେ ୭ଟି ମ୍ୟାଚ୍‌ରେ ୩୩ ପ୍ରତିଶତ ହିସାବରେ ଗୋଟିଏ ମାତ୍ର ଅର୍ଦ୍ଦଶତକ ହାସଲ କରିଥିଲେ କୋହଲି । ଗତ କିଛି ଦିନ ପର୍ବେ ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି କୋହଲୀ ।

Leave a Reply