spot_img

Latest Posts

ବିରାଟ କୋହଲି ଆରମ୍ଭ କଲେ ‘ଟ୍ରିମ ଆଟ୍ ହୋମ’ ଚ୍ୟାଲେଞ୍ଜ, କିଛି ଏମିତି ମଜାକ ଉଡ଼ାଇଲେ କେଭିନ୍ ପିଟରସନ୍

ଭାରତର ଅଧିନାୟକ ବିରାଟ କୋହଲି କରୋନା ଭାଇରସରେ ଲକଡାଉନ୍ ସମୟରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଏକ ନୂଆ ଉପାୟ ବାଛିଛନ୍ତି। ଘରେ ରହି କୋହଲି ‘ଟ୍ରିମ୍ ଆଟ୍ ହୋମ୍’ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ଦାଢ଼ିକୁ ଟ୍ରିମ୍ କରିବାରେ ଲାଗିଛନ୍ତି। ଭିଡିଓ ସେୟାର କରି କୋହଲି କ୍ୟାପସନରେ ଲେଖିଛନ୍ତି, ଯେହେତୁ ଆମେ ସମସ୍ତେ ଘରେ ରହୁଛୁ ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ । ନିଜକୁ  ଭଲ ଭାବରେ ପ୍ରସ୍ତୁତ କରିବା ହେଉଛି ମୋର ଅଧିକ ପସନ୍ଦ । ଏବଂ ଏହା ଜାରି ରଖିବା ପାଇଁ କୋହଲି ତାଙ୍କ ଭିଡିଓରେ କହିଛନ୍ତି।

https://twitter.com/imVkohli/status/1251472377189330951

କୋହଲି କହିଛନ୍ତି, ମୁଁ ଚାହୁଁଛି ତୁମେ ସମସ୍ତେ ଦାଢ଼ିକୁ ‘ଘରେ ଟ୍ରିମ୍’ କରି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କର ଏବଂ ନିଜକୁ ଏକ ନୂଆ ଲୁକ୍ ଦିଅ । କୋହଲିଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଥିବାବେଳେ ଇଂଲଣ୍ଡର ପୂର୍ବତନ ଭେଟେରାନ୍ କ୍ରିକେଟ ଖେଳାଳି କେଭିନ୍ ପିଟରସେନ୍ କୋହଲିଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି, ‘ଏହା ଆପଣଙ୍କୁ ଧଳା ଦାଢ଼ିରୁ ମୁକ୍ତି ଦେବ କି ସାଙ୍ଗ ?’

ଉଲ୍ଲେଖନୀୟ କଥା ହେଉଛି, କରୋନା ଭାଇରସ୍ ହେତୁ ଆଇପିଏଲ୍ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କୋଭିଡ -୧୯ର ବ୍ୟପିବା ଆଶଙ୍କାକୁ ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପ ଉପରେ ମଧ୍ୟ ସଙ୍କଟ ରହିଛି ।

Latest Posts

Don't Miss