ପୁତ୍ର ସନ୍ତାନର ବାପା ହେଲେ କୋହଲି

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ବାପା ହେଲେ ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାକୁ ଜନ୍ମ ଦେଇଛନ୍ତି । ଗତ ୧୫ ତାରିଖରେ ଉଭୟଙ୍କ  ପୁତ୍ର ସନ୍ତାନ ଜନ୍ମ ହୋଇଥିବା ନେଇ ବିରାଟ ଇନଷ୍ଟାରେ ସୂଚନା ଦେଇଛନ୍ତି । ତାଙ୍କ ପୁଅର ନାଁ ରହିଛି ଅକାୟ । ଏହି ଖବର ଆସିବା ପରେ କ୍ରିକେଟ ଷ୍ଟାର ବିରାଟ  ଏବଂ ଅଭିନେତ୍ରୀ ଅନୁଷ୍କାଙ୍କ ଲାଗି ଶୁଭେଚ୍ଛାର ସୁଅ ଛୁଟୁଛି।  ଅନୁଷ୍କା ଗର୍ଭବତୀ ଥିବା ଖବର ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡିଭିଲିୟର ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କର ଏକ କନ୍ଯା ସନ୍ତାନ ରହିଛି । ତାଙ୍କ ଝିଅର ନାଁ ହେଉଛି ଭାମିକା । ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ ।