ଶହୀଦଙ୍କୁ ସଲ୍ୟୁଟ୍, ସୈନିକଙ୍କଠାରୁ ଅଧିକ ନିସ୍ୱାର୍ଥପର ଓ ସାହାସୀ କେହି ନୁହଁନ୍ତି: ବିରାଟ କୋହଲୀ

1 min read
virat kohli salute to indian army soldiers

ନୂଆଦିଲ୍ଲୀ: ଲଦାଖର ଗଲବାନ୍ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମୁହାଁମୁହିଁ  ଘଟଣାରେ ଭାରତ ଅନେକ କ୍ଷତି ସହିଛି। ଭାରତଓ ଚୀନ୍ ମଧ୍ୟରେ ଥିବା  ( ଏଲ୍‌ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକ ଶହୀଦ ହୋଇଛନ୍ତି । ସୋମବାର ଏବଂ ମଙ୍ଗଳବାର ରାତିରେ ଦୁଇ ଦେଶର ସେନା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ।​​ଯେଉଁଥିରେ ଭାରତୀୟ ସେନାର ୨୦ ଜଣ ସୈନିକ ନିହତ ହୋଇଥିଲେ। ତେବେ ଏନେଇ ଭାରତୀୟ କ୍ରିକେଟ୍  ଟିମ୍ ର ଅଧିନାୟକ ବିରାଟ କୋହଲି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଟୁଇଟ୍ କରିଛନ୍ତି । ବିରାଟ କହିଛନ୍ତି ଯେ, ସୈନିକଙ୍କଠାରୁ ଅଧିକ ନିସ୍ୱାର୍ଥପର ଏବଂ ସାହସୀ କେହି ନୁହଁନ୍ତି।

ଗଲବାନ୍ ସୀମାରେ ଆମ ଦେଶକୁ ସୁରକ୍ଷା ଦେଉଥିବା ସୈନିକ ନିଜ ପ୍ରାଣ ହରାଇଥିବାରୁ ତାଙ୍କୁ ସଲାମ କରିଛନ୍ତି ବିରାଟ କୋହଲୀ । ସୈନିକମାନଙ୍କୁ ବାହାଦୁର ବୋଲି କହିଛନ୍ତି ବିରାଟ । ସେମାନଙ୍କ ପରିବାର ପାଇଁ ସେ ହୃଦୟରୁ ସମ୍ବେଦନା ଜଣାଇଛନ୍ତି । ସେ ଆଶା କରୁଛନ୍ତି ଯେ, ଏହି କଠିନ ସମୟରେ ସମସ୍ତଙ୍କ ପ୍ରାର୍ଥନା ସେମାନଙ୍କୁ ଶାନ୍ତି ଦେବ।

ଚୀନର ସୈନିକମାନେ ଧୋକା କରି ଆମ ସୈନିକଙ୍କ ଉପରେ ପଥର ଓ ଲୁହା ରଡରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଭାରତୀୟ ସେନା ଅଧିକାରୀ ସନ୍ତୋଶ ବାବୁଙ୍କ ସମେତ ୨୦ ଜଣ ଶହୀଦ ହୋଇଛନ୍ତି । ସାନ୍ତୋଶ ବାବୁଙ୍କ ନେତୃତ୍ୱରେ ଭାରତୀୟ ଯବାନମାନେ PP-୧୪ରେ ପହଞ୍ଚିଥିଲେ ଯେଉଁଠାରୁ କଥାବାର୍ତ୍ତା ଅନୁଯାୟୀ ଚୀନ୍ ସୈନ୍ୟମାନେ ପଛକୁ ଫେରିଥାନ୍ତେ । ପୂର୍ବରୁ ସେଠାରେ ୧୦-୧୨ ଜଣ ସୈନିକ ଥିଲେ, କିନ୍ତୁ ହଠାତ୍ ଅନେକ ଆସି ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଯେ, ଯେ ଭାରତୀୟ ସୈନିକମାନେ ମଧ୍ୟ ଏହି ଆକ୍ରମଣର ଜବାବ ଦେଇଛନ୍ତି ଏବଂ ଚୀନ୍ ମଧ୍ୟ ଅନେକ କ୍ଷତି ସହିଛି । ଏଥିରେ ତାଙ୍କର ୪୦ ରୁ ଅଧିକ ଆହତ ହୋଇଛନ୍ତି।

 

Leave a Reply