ଶହୀଦଙ୍କୁ ସଲ୍ୟୁଟ୍, ସୈନିକଙ୍କଠାରୁ ଅଧିକ ନିସ୍ୱାର୍ଥପର ଓ ସାହାସୀ କେହି ନୁହଁନ୍ତି: ବିରାଟ କୋହଲୀ
1 min readନୂଆଦିଲ୍ଲୀ: ଲଦାଖର ଗଲବାନ୍ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମୁହାଁମୁହିଁ ଘଟଣାରେ ଭାରତ ଅନେକ କ୍ଷତି ସହିଛି। ଭାରତଓ ଚୀନ୍ ମଧ୍ୟରେ ଥିବା ( ଏଲ୍ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକ ଶହୀଦ ହୋଇଛନ୍ତି । ସୋମବାର ଏବଂ ମଙ୍ଗଳବାର ରାତିରେ ଦୁଇ ଦେଶର ସେନା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ।ଯେଉଁଥିରେ ଭାରତୀୟ ସେନାର ୨୦ ଜଣ ସୈନିକ ନିହତ ହୋଇଥିଲେ। ତେବେ ଏନେଇ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଟୁଇଟ୍ କରିଛନ୍ତି । ବିରାଟ କହିଛନ୍ତି ଯେ, ସୈନିକଙ୍କଠାରୁ ଅଧିକ ନିସ୍ୱାର୍ଥପର ଏବଂ ସାହସୀ କେହି ନୁହଁନ୍ତି।
Salute and deepest respect to the soldiers who sacrificed their lives to protect our country in the Galwan Valley. NO one is more selfless and brave than a soldier. Sincere condolences to the families. I hope they find peace through our prayers at this difficult time. ?
— Virat Kohli (@imVkohli) June 17, 2020
ଗଲବାନ୍ ସୀମାରେ ଆମ ଦେଶକୁ ସୁରକ୍ଷା ଦେଉଥିବା ସୈନିକ ନିଜ ପ୍ରାଣ ହରାଇଥିବାରୁ ତାଙ୍କୁ ସଲାମ କରିଛନ୍ତି ବିରାଟ କୋହଲୀ । ସୈନିକମାନଙ୍କୁ ବାହାଦୁର ବୋଲି କହିଛନ୍ତି ବିରାଟ । ସେମାନଙ୍କ ପରିବାର ପାଇଁ ସେ ହୃଦୟରୁ ସମ୍ବେଦନା ଜଣାଇଛନ୍ତି । ସେ ଆଶା କରୁଛନ୍ତି ଯେ, ଏହି କଠିନ ସମୟରେ ସମସ୍ତଙ୍କ ପ୍ରାର୍ଥନା ସେମାନଙ୍କୁ ଶାନ୍ତି ଦେବ।
ଚୀନର ସୈନିକମାନେ ଧୋକା କରି ଆମ ସୈନିକଙ୍କ ଉପରେ ପଥର ଓ ଲୁହା ରଡରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଭାରତୀୟ ସେନା ଅଧିକାରୀ ସନ୍ତୋଶ ବାବୁଙ୍କ ସମେତ ୨୦ ଜଣ ଶହୀଦ ହୋଇଛନ୍ତି । ସାନ୍ତୋଶ ବାବୁଙ୍କ ନେତୃତ୍ୱରେ ଭାରତୀୟ ଯବାନମାନେ PP-୧୪ରେ ପହଞ୍ଚିଥିଲେ ଯେଉଁଠାରୁ କଥାବାର୍ତ୍ତା ଅନୁଯାୟୀ ଚୀନ୍ ସୈନ୍ୟମାନେ ପଛକୁ ଫେରିଥାନ୍ତେ । ପୂର୍ବରୁ ସେଠାରେ ୧୦-୧୨ ଜଣ ସୈନିକ ଥିଲେ, କିନ୍ତୁ ହଠାତ୍ ଅନେକ ଆସି ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଯେ, ଯେ ଭାରତୀୟ ସୈନିକମାନେ ମଧ୍ୟ ଏହି ଆକ୍ରମଣର ଜବାବ ଦେଇଛନ୍ତି ଏବଂ ଚୀନ୍ ମଧ୍ୟ ଅନେକ କ୍ଷତି ସହିଛି । ଏଥିରେ ତାଙ୍କର ୪୦ ରୁ ଅଧିକ ଆହତ ହୋଇଛନ୍ତି।