ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷିତ

1 min read

ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବାର ଠିକ୍ ଦିନକ ପରେ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ରେଗୁଲାର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ଦିଆଯାଇଛି । ଆଇପିଏଲର ଷ୍ଟାର ଖେଳାଳି ସଞ୍ଜୁ ସାମସନଙ୍କୁ ଓ୍ୱିକେଟ୍ କିପର ଦାୟିତ୍ୱ ଦିଆଯାଇଥିବା ବେଳେ ନୂଆ ମୁଁହଭାବେ ମୁମ୍ବାଇର ଅଲରାଉଣ୍ଡର ଶିଭମ୍ ଦୁବେଙ୍କୁ ଟିମରେ ସ୍ଥାନ ମିଳିଛି । ପୂର୍ବଭଳି ଅନ୍ୟମାନେ ଦଳରେ ସ୍ଥାନ ଅପରିବର୍ତ୍ତିତ ରଖିଛନ୍ତି । ନଭେମ୍ବର ୩ରୁ ଦିଲ୍ଲୀରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ ଭାରତ । ନଭେମ୍ବର ୭ରେ ରାଜକୋଟରେ ଏବଂ ନଭେମ୍ବର ୧୦ରେ ନାଗପୁରରେ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍ । ')}

Leave a Reply