ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ତଡ଼ିଲା ବିସିସିଆଇ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ଫଳରେ ଭାରତୀୟ କ୍ରିକେଟ ଦଳରେ ପରିବର୍ତ୍ତନ ହୋଇଛି । ଟି-୨୦ ବିଶ୍ୱକପ ପରେ ଆଉ ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ୱ କରିବେ ନାହିଁ ବୋଲି ଘୋଷଣା କରିଥିଲେ ବିରାଟ କୋହଲି । ଟି-୨୦ରେ ଅଧିନାୟକତ୍ୱ ପଦ ଛାଡିବା ପରେ ଏବେ ଦିନିକିଆରୁ ତାଙ୍କଠାରୁ ଅଧିନାୟକ ପଦ ଛଡାଇ ନେଇଛି ବିସିସିଆଇ । କାହିଁକି ନା ଦିନିକିଆରେ ଅଧିନାୟକ ପଦ ଛାଡିବାକୁ ଚାହୁଁ ନଥିଲେ ବିରାଟ କୋହଲି । କିନ୍ତୁ ଦିନିକିଆରୁ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେବା ପାଇଁ ବିସିସିଆଇ ବିରାଟଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ ବିରାଟ କୋହଲି ପୂର୍ବରୁ ଟି-୨୦ରୁ କ୍ୟାପଟେନସିପ୍ ଛାଡି ସାରିଥିଲେ । ଟି-୨୦ ପରେ ଦିନିକିଆରୁ ବିରାଟ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେବା ପାଇଁ ତାଙ୍କୁ ୪୮ ଘଣ୍ଟାର ସମୟ ଦିଆଯାଇଥିଲା । ବିସିସିଆଇର ଚୟନ କମିଟି ୪୮ ଘଣ୍ଟା ଅପେକ୍ଷା କରିଥିଲେ କିନ୍ତୁ ବିରାଟ କୌଣସି ଉତ୍ତର ଦେଇନଥିଲେ । ଯାହା ଫଳରେ ବିସିସିଆଇ ବାଧ୍ୟ ହୋଇ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆରେ ଅଧିନାୟକତ୍ୱ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।

୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ନିଷ୍ପତି ନେଇଛି । ବିସିସିଆଇର ଏପରି ନିଷ୍ପତି ଉପରେ ବର୍ତ୍ତମାନ ସୁଦ୍ଧା ବିରାଟ କୌଣସି ବୟାନ ଦେଇ ନାହାନ୍ତି । ରିପୋର୍ଟ ଅନୁସାରେ ଆଗାମୀ ୨୦୨୩ରେ ହେବାକୁ ଥିବା ବିଶ୍ୱକପରେ ଅଧିନାୟକତ୍ୱ କରିବାକୁ ଚାହୁଁଥିଲେ ବିରାଟ । କିନ୍ତୁ ବିସିସିଆଇ ବିରାଟଙ୍କୁ ଆଉ ସୁଯୋଗ ଦେଲେ ନାହିଁ ।

Leave a Reply